କରୋନା ମୁକାବିଲାର ଏକମାତ୍ର ବାଟ ତାଲାବନ୍ଦ : ଲକଡାଉନ୍ ଅବଧି ଆଉ ମାସେ ବଢ଼ୁ ବୋଲି ମତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ,ସେପଟେ ଶ୍ରମିକଙ୍କ କରୋନା ପରୀକ୍ଷା ହେଉ ବୋଲି କଲେ ଦାବି ।

1,086

କନକ ବ୍ୟୁରୋ : କରୋନା ମୁକାବିଲାର ଏକମାତ୍ର ବାଟ ତାଲାବନ୍ଦ । ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ତାଲାବନ୍ଦ ହିଁ ଭାଇରସକୁ ରୋକିପାରିବ । ଅନ୍ୟ ଦେଶ ଗୁଡ଼ିକରେ କରୋନା ସ୍ଥିତି ଅଣାୟତ ଥିବାବେଳେ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଅନେକ ମାତ୍ରାରେ ନହେଲେ ନାହିଁ କିଛିକାଂଶରେ ଦେଶରେ ନିୟନ୍ତ୍ରିତ ରହିଛି କରୋନା ସ୍ଥିତି ବୋଲି କୁହାଯାଇପାରେ । ତଥାପି ଲକଡାଉନ ମଧ୍ୟରେ ଦୈନିକ ଦେଶରେ ପ୍ରାୟ ୧୦୦ରୁ ୧୨୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହାକୁ ରୋକିବାକୁ ତାଲାବନ୍ଦ ଅବଧି ବଢ଼ାଇବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।

ତାଲାବନ୍ଦକୁ ଆହୁରି ମାସେ ବଢ଼ିବା ଦରକାର । କରୋନା ଚେନକୁ ଭାଙ୍ଗିବାକୁ ହେଲେ ଲକଡାଉନକୁ ବଢ଼ାଇବାକୁ ହେବ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ତାଲାବନ୍ଦ ନିୟମକୁ କଡ଼ାକଡ଼ି ମାନିବା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଲେ ହିଁ କରୋନାକୁ ହରାଇବା ସମ୍ଭବ । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ଓଡିଆଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା କରାଯିବା ଦରକାର । ରାଜ୍ୟର ଦାବିକୁ ଅନ୍ୟ ରାଜ୍ୟ ବି ସମର୍ଥନ କରିଛନ୍ତି । କେମିତି ଆସିବେ ସେସବୁର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର । ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲ।ଇନ ଆଣିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବ ଦାସ ।