ଜେଲରେ ବି ତାଲାବନ୍ଦ କଟକଣା କଡାକଡି : ଜୟପୁର ଜେଲରେ ସାମାଜିକ ଦୂରତାର ମାଧ୍ୟମ ସାଜିଛି ସ୍କାଏପି, ସ୍ୱତନ୍ତ୍ର ଘରେ ଲଗାଯାଇଛି କମ୍ପ୍ୟୁଟର ସହ କ୍ୟାମେରା

161

କନକ ବ୍ୟୁରୋ : ଲକଡ଼ାଉନରେ ବାଦ ପଡ଼ିଲାନି ଜେଲ୍ । ସ୍କାଇପି ସାହାଯ୍ୟରେ କଏଦୀଙ୍କ ସହ କଥା ହେଉଛନ୍ତି ସମ୍ପର୍କୀୟ । ଜୟପୁର ଜେଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ସମ୍ପର୍କୀୟମାନଙ୍କୁ ଜେଲ ପରିସରକୁ ଆସିବା ମନା ରହିଥିବା ବେଳେ କଏଦୀଙ୍କୁ ସଚେତନା କରିବା ସହ ବାହାରି ସମ୍ପର୍କ ନରଖିବା ପାଇଁ ସମସ୍ତ କର୍ମଚାରୀ ଓ କଏଦୀ ଙ୍କୁ ତାଗିତ୍ କରାଯାଇଛି । ଯେଉଁମାନଙ୍କର ଅତ୍ୟନ୍ତ ଆବଶ୍ୟକ ରହୁଛି ସେମାନଙ୍କ ପାଇଁ ଜୟପୁର ଜେଲ କର୍ତୁପକ୍ଷ ସ୍କାଇପିର ସୁବିଧା କରିଛନ୍ତି ।

ଏକ ସ୍ୱତନ୍ତ୍ର କଠୋରି ଭିତରେ କମ୍ପୁଟର ସହ କ୍ୟାମେରା ଲଗାଯାଇଛି, ଅନ୍ୟ ଏକ ସ୍ଥାନରେ ବିଚାରାଧିନରେ ରହିଥିବା ବ୍ୟକ୍ତି ହ୍ରୁଅନ୍ତୁ କି କଏଦୀ ସେମାନଙ୍କ ପାଖରେ ଆଉ ଏକ କମ୍ପୁଟର କ୍ୟାମେରା ରହିଛି । ସେହିପରି ନୁଆରେ ଜେଲ ଭିତରକୁ ଆସୁଥିବା ବିଚାରାଧିନଙ୍କୁ ୧୪ ଦିନ କ୍ୱରେନଟାଇନରେ ରଖାଯିବା ପରେ ଜେଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି ।