ଆହାର ଛଡ଼ାଇ ନେଲା କରୋନା : ଆଦିବାସୀଙ୍କ ଜୀବନଜୀବିକା ସଂକଟରେ

Advertisment
ଆହାର ଛଡ଼ାଇ ନେଲା କରୋନା : ଆଦିବାସୀଙ୍କ ଜୀବନଜୀବିକା ସଂକଟରେ

http://sambad.in/

କନକ ବ୍ୟୁରୋ : ଆମେ ଆଦିବାସୀ ଓ ଗରିବ। ବିକ୍ରିବଟା ହେଲେ ପେଟକୁ ଦାନା ଯିବ। ସୁଖଦୁଃଖରେ ତେଲଲୁଣର ସଂସାର ଚାଲିଥିବା ବେଳ‌େ କରୋନା ଆମ ମୁହଁରୁ ଆହାର ଛଡ଼ା‌ଇ‌ ନେଲା । ଏବ‌େ କଣ ଖାଇବୁ, କେମିତି ବଞ୍ଚିବୁ । ସରକାର ଆମ କଥା ଟିକେ ଚିନ୍ତା କରନ୍ତୁ । ଏହି କୋହଭରା ନିବେଦନ ହେଉଛି, ବାଲିଗୁଡ଼ା ହାଟରେ ସିକିଆ ପତ୍ର ବିକୁଥିବା ସିନ୍ଦ୍ରିଗାଁ ଅଂଚଳର ଜିସିଙ୍ଗ ଦିଗାଳଙ୍କର । ୮୦ ବର୍ଷ ବୟସରେ ବି ସେ ଜୀବନ ଯୁଦ୍ଧରେ ସଂଘର୍ଷ ଜାରି କରିଛନ୍ତି ।

ଆଜି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ଯୋଗୁଁ ବାଲିଗୁଡ଼ା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଲାଗି ଗହଳଚହଳ ଲାଗି ରହିଥିଲା। ସାମାଜିକ ଦୂରତ୍ବରେ କିଣାବିକା ଚାଲିଥିଲା। ଏହି ସମୟରେ ଆମର ଭେଟ ହୋଇଥିଲା ଜିସିଙ୍ଗ ଦିଗାଳଙ୍କ ସହ। କିଛି ସିକିଆ ପତ୍ରକୁ ଗାମୁଛା ପାରି ଜିସିଙ୍ଗ୍ ରଖିଥିବା ସହ ଗ୍ରାହକଙ୍କ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିନ୍ତୁ ବେପାର ନହେବାରୁ ବହୁ ସମୟ ଧରି ଅପେକ୍ଷା କରି ଫେରିଯାଇଥିଲେ।

ଜିସିଙ୍ଗ କହିଥିଲେ, ପ୍ରତିଦିନ ବାଲିଗୁଡ଼ାକୁ ଆସି ସିକିଆ ପତ୍ର ବିକ୍ରି କଲେ ପରିବାର ଚଳେ। ବିକ୍ରିବଟାରେ ଯାହା କିଛି ମିଳିଥାଏ, ସେହି ଟଙ୍କାରେ ସେ ତେଲ, ଲୁଣ ଓ ସଉଦା କିଣି ଘରକୁ ଫେରନ୍ତି। ହେଲେ ଗତ ୧୦ ଦିନ ହେଲା ବ୍ୟବସାୟ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଲକ୍‌ଡାଉନ୍ ଯୋଗୁଁ କିଛି ମଧ୍ୟ ବିକ୍ରିବଟା ହେଉନି ବୋଲି କହିଲେ ଚଳେ। ଫଳରେ ନାତୁଣୀ ଓ ପୁଅକୁ ନେଇ ପ୍ରତିପୋଷଣ କରିବା ବଡ଼ କଷ୍ଟସାଧ୍ୟ ପାଲଟିଛି। ଆଗରୁ ଭଲ ବେପାର ହେଉଥିଲା। କିନ୍ତୁ ଏବେ କ‌ଟକଣା ମୋ ପାଇଁ ଦଣ୍ଡ ଭଳି ପାଲଟିଯାଇଛି ବୋଲି ଜିସିଙ୍ଗ କହନ୍ତି। ଅନ୍ୟପକ୍ଷରେ ଲକ୍‌ଡାଉନ୍ ପରେ କନ୍ଧମାଳ ଜିଲ୍ଲାର ବହୁ ଆଦିବାସୀଙ୍କ ଜୀବନଜୀବିକା ସଂକଟରେ ପଡ଼ିଛି। ବନ୍ୟଜାତ ଦ୍ରବ୍ୟ ବିକ୍ରିବଟା ହୋଇପାରୁ ନଥିବାରୁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe