କନକ ବ୍ୟୁରୋ : ଦେଶରେ ଲକ୍ଡାଉନ ପ୍ରଭାବ କେବଳ ଜନସମାଜକୁ ପ୍ରଭାବିତ କରିଛି ତା’ ନୁହେଁ। ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ଜଙ୍ଗଲି ଜୀବଜନ୍ତୁମାନେ ମଧ୍ୟ ବିଶେଷ ପ୍ରଭାବିତ ହୋଇଛନ୍ତି। ଘରେ ପୋଷା ବିଲେଇ କୁକୁର ଠାରୁ ଆରମ୍ଭ କରି ଗାଈ ଓ ମଇଁଷି ଆଦି ପ୍ରାଣୀ ଖାଦ୍ୟ ଅଭାବ ଯୋଗୁଁ ପଦାରେ ବୁଲିଲେଣି। ମୁଖ୍ୟ ଛକ ବଜାର ରାସ୍ତା ଓ ଗ୍ରାମର ପ୍ରମୁଖ ରାସ୍ତା ଶୂନଶାନ ହୋଇଯିବା ପରେ ଅନ୍ୟାନ୍ୟ ଜଙ୍ଗଲୀ ଜୀବଜନ୍ତୁ ମାନେ ରାସ୍ତାରେ ବୁଲିଲେଣି। ଦିନ ଦ୍ବିପ୍ରହରରେ ଗ୍ରାମ୍ୟ ରାସ୍ତାରେ ଶାଳିଆପତନି, ବିଲୁଆ, କଟାସ, ଓଧ, ବଣଭୂଆ ଆଦି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ବିଚରଣ କରୁଥିବା ଦେଖିବାକୁ ମିଳୁଛି।
ଲକଡାଉନ ପ୍ରଭାବ : ଅଧିକ ହଇରାଣ ହେଉଛନ୍ତି ଜୀବଜନ୍ତୁ, ଖାଦ୍ୟ ଅଭାବ ଯୋଗୁଁ ପଦାରେ ବିଚରଣ କରୁଛନ୍ତି
Advertisment
ଲକ୍ଡାଉନ୍ ପ୍ରଭାବ ଲୋକଙ୍କୁ ଯେତିକି ବାଧୁନି ତା’ଠାରୁ ଅଧିକ ବାଧୁଛି ବୁଲା ଗାଈ ଗୋରୁ, କୁକୁର, ବିଲେଇଙ୍କୁ। ବହୁ ପଶୁପକ୍ଷୀ ଏବେ ଖାଦ୍ୟ ଅଭାବ ସମସ୍ୟାରେ ପଡ଼ିଲେଣି। ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଥିବାରୁ ଲୋକମାନେ ଯେତିକି ହଇରାଣ ହେଉଛନ୍ତି ତା’ଠାରୁ ଅଧିକ ହଇରାଣ ହେଉଛନ୍ତି ବୁଲା କୁକୁର, ଗାଈ, ଷଣ୍ଢ। ଏମାନେ ଖାଦ୍ୟ ଅଭାବରୁ ହିଂସ୍ର ହୋଇଯିବାର ଆଶଙ୍କା ପ୍ରକାଶ ପାଇଲାଣି। କେତେକ ସ୍ଥାନରେ କୁକୁର ଖାଇବାକୁ ନପାଇ ମରି ଯାଇଥିବା କୁହାଯାଉଛି। ଆଜି ସକାଳୁ ଇନ୍ଦ୍ରଧନୁ ମାର୍କେଟ୍ ଅଞ୍ଚଳରେ ୪ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ୪/୫ଟି କୁକୁର ଖାଇବାକୁ ନପାଇ ଦୁର୍ବଳ ହୋଇ ତଳେ ପଡ଼ିଥିଲେ ।
କେବଳ କୁକୁର ନୁହେଁ ବହୁ ବୁଲା ଗୋରୁ ଓ ଷଣ୍ଢ ବି ଯେଉଁଠି ବସୁଛନ୍ତି ସେଇଠି ହିଁ ଶୋଇ ରହୁଥିବା ଦେଖିବାକୁ ମିଳିଛି। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ, ମଙ୍ଗଳବାର ଠାରୁ ବୁଲା କୁକୁର ଓ ଗୋରୁଙ୍କୁ ଖାଦ୍ୟ ଦିଆଯିବ।
Follow Us