କନକ ବ୍ୟୁରୋ : ପଥର ଖୋଲରୁ ବାହାରୁଛି ଡିଜେଲ୍ । କନ୍ଧମାଳ ଦାରିଙ୍ଗିବାଡି ଲଦପାଙ୍ଗା ଅଂଚଳରେ ପଥର ଖୋଲରୁ ଡିଜେଲ ବାହାରୁଥିବା ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ ଲାଗିଗଲା । ଲୋକେ ବୋତଲ, ଜାର୍, ବାଲଟ, ମଗ ଧରି ଡିଜେଲ ସଂଗ୍ରହ କରିବା ପାଇଁ ଲାଇନ୍ ଲଗାଇଛନ୍ତି । ତେବେ କିପରି ସେଠାରେ ଡିଜେଲ୍ ବାହାରୁଛି ସେନେଇ ସନ୍ଦେହ ଉପୁଜିଛି । ଘଟଣା ସ୍ଳରେ ପୋଲିସ ପହଞ୍ଚି ଲୋକଙ୍କୁ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିଛି । ପଥର ଖୋଲରୁ ଡିଜେଲ ସଂଗ୍ରହ କରିବା ପାଇଁ ଲୋକେ କିଛି ଏହିଭଳି ଘରୋଇ ଉପକରଣକୁ ବ୍ୟବହାର କରୁଛନ୍ତି । ରୋଷେଇ ଚାମଚରେ ପଥର ତଳେ ପଡିରହିଥିବା ତେଲକୁ ସଂଗ୍ରହ କରି ବାଲଟିରେ ଭର୍ତି କରୁଛନ୍ତି ।
ତେବେ ବଡ ପ୍ରଶ୍ନ ହେଉଛି ପଥର ଖୋଲରେ ଡିଜେଲ ଆସିଲା କେଉଁଠୁ । ଘଟଣାର ଅନୁସନ୍ଧାନ ପରେ ଜଣାପଡ଼ିଥିଲା
ଡିଜେଲ ବାହାରୁଥିବା ସ୍ଥାନଠାରୁ ମାତ୍ର ୪ ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ଟାଙ୍କିି । ତେଣୁ ଏହି ଟାଙ୍କିରୁ ଲିକ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । କୌଣସି ପ୍ରକାର ଲିକ ହୋଇନାହିଁ । ପେଟ୍ରୋଲ ପମ୍ପ ମାଲିକଙ୍କ ଏହି ବୟାନ ପରେ ପଥର ଖୋଲରେ ଡିଜେଲକୁ ନେଇ ରହସ୍ୟ ଆହୁରି ବଢିଯାଇଛି ।ସେପଟେ ମାଗଣା ଡିଜେଲ ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ପହଚିଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚଳାଇଛି ।
Follow Us