ପ୍ରକାଶ ଝାଙ୍କ ଆଗାମୀ ସିନେମା ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍କା’କୁ ମିଳିଲାନି ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଅନୁମତି । ସେନସର ବୋର୍ଡ ଯାଂଚ କମିଟି ସମ୍ମୁଖରେ ଏହାର ସ୍କ୍ରିନିଂ ପରେ ଏହି ସିନେମାକୁ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ପ୍ରକାଶ ଝାଙ୍କୁ ସୂଚନା ଦିଆଯାଇଛି । ସିନେମାରେ ଆପତ୍ତିଜନକ ଦୃଶ୍ୟ ଓ ଭାଷା ବ୍ୟବହାର କରାଯାଇଥିବାରୁ ‘ଲିପଷ୍ଟିକ ଅଣ୍ଡର ମାଇ ବୁର୍କା’କୁ ସାର୍ଟିପିକେଟ ଦିଆଯାଇନଥିବା ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ କହିଛି ।
ମହିଳା କୈନ୍ଦ୍ରିକ ଏହି ସିନେମାରେ ସାମାନ୍ୟ ଜୀବନଠାରୁ ଭିନ୍ନ ଅବାସ୍ତବ କଳ୍ପନାକୁ ଚିତ୍ରଣ କରାଯିବା ସହ ଲଗାତର ଭାବରେ ଆପତ୍ତିଜନକ ଦୃଶ୍ୟ, ଅପମାନଜନକ ଭାଷା ଅଛି । ଏହାସହ ଅଡିଓ ପର୍ନୋଗ୍ରାଫି ଓ ସମାଜର ଏକ ନିର୍ଦ୍ଧିଷ୍ଟ ବର୍ଗ ଉପରେ ସମ୍ବେଦନଶୀଳ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବାରୁ ସିନେମାକୁ ସାର୍ଟିଫିକେଟ ଦିଆଯାଇନଥିବା ସେନସର ବୋର୍ଡ କହିଛି ।
ଯାଂଚ କମିଟିର ଏପରି ନିଷ୍ପତିରେ ଖପ୍ପା ହୋଇଛନ୍ତି ସିନେ ନିର୍ଦ୍ଦେଶକ ଅଳଙ୍କୃତା ଶ୍ରୀବାସ୍ତବ ଓ ପ୍ରକାଶ ଝା । ଭାରତର ଏକ ଛୋଟ ସହରର ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ସିନେମା‘ଲିପଷ୍ଟିକ ଅଣ୍ଡର ମାଇ ବୁର୍କା’ । ନିଜ ଜୀବନକୁ ସ୍ୱାଧିନ ଭାବେ ବଂଚିବାକୁ ଚାହୁଁଥିବା ୪ଜଣ ମହିଳା ଭୂମିକାରେ ନଜର ଆସିଛନ୍ତି କୋଙ୍କଣା ସେନ୍ ଶର୍ମା, ରତ୍ନା ପାଠକ ଶାହ, ଆହାନା କୁମରା ଓ ପ୍ଲାବିତା ବୋରଠାକୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/qq.jpg)