ଫ୍ଲିପକାର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ୨ ବର୍ଷ ପରେ ୭୦୦ ପଦବୀ ଖାଲି, ଶୀଘ୍ର କରନ୍ତୁ ଆବେଦନ

43

ଦେଶର ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ୨ ବର୍ଷ ମଧ୍ୟରେ ୭୦୦ ପଦବୀ ପଦବୀ ଖାଲି ରହିଛି । ସୂଚନା ଅନୁସାରେ ପ୍ରାୟ ସମସ୍ତ ଚାକିରି ଆଇଟି ଓ ଟେକ୍ନୋଲୋଜି ବିଭାଗରେ ଖାଲି ରହିଛି । ଦୀର୍ଘ ଦିନ ପରେ ଫ୍ଲିପକାର୍ଟରେ ଚାକିରି କରିବାର ସୁଯୋଗ । ଆଉ ୨ ବର୍ଷ ପରେ ଏହି ସୁଯୋଗ ମିଳୁଛି । ଏକ ସର୍ବେକ୍ଷଣ ଅନୁସାରେ ଭାରତୀୟମାନେ Directi, Flipkart ଓ Paytmରେ ଚାକିରି କରିବା ପାଇଁ ଅଧିକ ପସନ୍ଦ କରନ୍ତି ।

ଏହା ବ୍ୟତୀତ ୨ ବର୍ଷ ପରେ ଏହି ସୁଯୋଗ ମିଳିଛି, ଯାହାକୁ ହାତଛଡ଼ା କରିବା ପାଇଁ କେହି ଚାହିଁବେ ନାହିଁ । ଆଉ ସବୁ ଠାରୁ ବଡ଼ କଥା ହେଲା ଦୀର୍ଘଦିନ ପରେ ଏତେ ସଂଖ୍ୟକ ପଦବୀ ଖାଲି ରହିଛି । ଏହାପୂର୍ବରୁ କମ୍ପାନୀ ୧୫୦୦ ପଦବୀ ପାଇଁ ଆବେଦନ ମାଗିଥିଲା । କମ୍ପାନୀର ଯେଉଁ ବିଭାଗ ପାଇଁ ନିଯୁକ୍ତ ସୁଯୋଗ ଦେଇଛି, ସେଥିରେ ଅଧିକ ଆଇଟି ଓ ଟେକ୍ନୋଲୋଜି ବିଭାଗ ସାମିଲ ରହିଛି । ଡାଟା ସାଇଣ୍ଟିଂଷ୍ଟ, ୟୁଆଇ ଓ ୟୁଏକ୍ସ ଡ଼ିଜାଇନର୍ସ, ପ୍ରଡ଼କ୍ଟ ଇଞ୍ଜିନିୟର, ଟେକ୍ ପ୍ରୋଡ଼ଭା ମ୍ୟାନେଜର, ସପ୍ଟୱେର ଡ଼େଭଲୋପର, ଆଇଟି ଇନଫ୍ରାଷ୍ଟକଚର, ସର୍ଭିସ ଡେଲିଭରି ଓ ଆଇଟି ଆପ୍ଲିକେସେନ ସାମିଲ ରହିଛି ।

ମିଡ଼ିଆ ରିପୋର୍ଟି ଅନୁସାରେ କମ୍ପାନୀ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏବେ ଆର୍ଟିଫିସିଆଲ୍ ଇଣ୍ଟିଲଇଜେନ୍ସ ଉପରେ ରହିଛି କମ୍ପାନୀର ନଜର । ଆଉ ଏଥିସହତ ଜଡ଼ିତ ପଦବୀ ଖାଲି ରହିଛି । କମ୍ପାୀ ବିଗତ ବର୍ଷ ଆଇଆଇଟି ଓ ଆଇଆଇଏମ ପରିବର୍ତ୍ତେ ଅନ୍ୟ ସଂସ୍ଥାନ ଠାରୁ ପ୍ଲେସମେଂଟ କରିଥିଲେ ।