ମଣିଷ ଆଗରେ ଅସହାୟ ଠାକୁର : ମହାପ୍ରଭୁଙ୍କ ମୂଲ୍ୟବାନ ଜମି ପୁନରୁଦ୍ଧାର ଦାବିରେ ଦୁଇ ନିଯୋଗର ନୀତି ବନ୍ଦ, ଖାଡା ଉପବାସରେ ଲିଙ୍ଗରାଜ

389

କନକ ବ୍ୟୁରୋ : ଦୁଇ ଦିନ ଧରି ଲିଙ୍ଗରାଜ ମହାପ୍ରଭୁ ଖାଡ଼ା ଉପାସ । ଜମି ବିବାଦକୁ ନେଇ ମନ୍ଦିରରେ ଠପ୍ ହୋଇଯାଇଛି ନୀତିକାନ୍ତି । ଗତକାଲି ସକାଳ ୭ଟାରୁ ଏ ପର୍ଯ୍ୟନ୍ତ ମନ୍ଦିରରେ ନୀତି ବନ୍ଦ ରହିଛି । ଗଙ୍ଗୁଆ କୂଳରେ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ନୀତି ବନ୍ଦ କରିଛନ୍ତି ଲିଙ୍ଗରାଜ ମନ୍ଦିରର ଦୁଇ ନିଯୋଗ , ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗ । ଦୁଇ ନିଯୋଗ ଏଥିପାଇଁ ପ୍ରଶାସନକୁ ଦାୟୀ କରିିଛନ୍ତି ।

ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି, କିଛି ଲୋକ ମନ୍ଦିର ଜମିକୁ ହଡପ କରିଛନ୍ତି । ନୂଆଁଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଜମିକୁ ଜବରଦଖଲ କରି ନିର୍ମାଣ କାମ ଆରମ୍ଭ କରିଛନ୍ତି । ଜମିକୁ ନେଇ ମାମଲା କୋର୍ଟରେ ଥିବା ବେଳେ ରାୟ ଆସିନି । କିନ୍ତୁ ଜବରଦଖଲକାରୀ ଆରମ୍ଭ କଲେଣି ନିର୍ମାଣ କାମ । ଏହାକୁ ନେଇ ଏବେ ପ୍ରତିବାଦ ତୀବ୍ର ହୋଇଛି । ଏସବୁ ଭିତରେ ମଣିଷ ଆଗରେ ଅସହାୟ ପାଲଟି ଯାଇଛନ୍ତି ପ୍ରଭୁ ଲିଙ୍ଗରାଜ ।