ପୁରୀ ପରେ ଲିଙ୍ଗରାଜ : ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି

163

କନକ ବ୍ୟୁରୋ : ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଜବରଦଖଲକୁ ଉଚ୍ଛେଦ ଆରମ୍ଭ ହୋଇଛି  । ମନ୍ଦିରର ଚାରିପାଖରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ଜବରଦଖଲ ଉଚ୍ଛେଦ ନେଇ ଖବର ପ୍ରଚାର ହେବା ପରେ ଗତକାଲି ସ୍ଥାନୀୟ ଅଂଳଚରେ ଉଠାକୋଦାନୀ ତଥା ଅସ୍ଥାୟୀ ଦୋକାନୀମାନେ ନିଜର କ୍ୟାବିନ୍କୁ ଉଠାଇ ନେଇଥିଲେ ।

ସେହିପରି ସ୍ଥାୟୀ ଦେକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ,  ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଥିଲେ । ତେବେ ବତ୍ତମାନ ସୁ୍ଦ୍ଧା ସୁରୁଖୁରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦେଇଥିଲା ସେହି ଅନୁଯାୟୀ ଭଙ୍ଗା ଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.