ଲିଙ୍ଗରାଜ ମନ୍ଦିର ଚାରିପଟେ ଜାରି ରହିବ ଉଚ୍ଛେଦ କାମ : ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀଙ୍କ ସୂଚନା, ଜବରଦଖଲକାରୀଙ୍କୁ କରାଯିବ ଉଚ୍ଛେଦ

ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ ଜିଦରେ ଅଟଳ ପ୍ରଶାସନ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବ୍ଲୁ ପ୍ରିଂଟ୍ ଓ ପ୍ରଭାବିତଙ୍କ ପାଇଁ ପ୍ୟାକେଜ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଚାରିପଟେ  ଜାରି ରହିବ ଉଚ୍ଛେଦ କାମ । ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ । ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ।  ନିଜ ଜାଗାରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଥଇଥାନ କରାଯିବ ବୋଲି ବିଏମସି କମିସନର କହିଛନ୍ତି । ବିଏମସି କାର୍ଯ୍ୟାଳୟରେ ଆଜି ୧୦ ଜଣିଆ ପ୍ରତିନିଧି ଦଳ ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

 ଆଗ ଥଇଥାନ ପରେ ଉଛେଦ ଦାବିରେ ଗତକାଲି ଲିଙ୍ଗରାଜ ଥାନା ଘେରିିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ । ଆଲୋଚନା ପରେ ଉଛେଦ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ୍ ରଖିଛି ପ୍ରଶାସନ । ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe