କନକ ବ୍ୟୁରୋ : ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଜବରଦଖଲକୁ ଉଚ୍ଛେଦ ଆରମ୍ଭ ହୋଇଛି । ମନ୍ଦିରର ଚାରିପାଖରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ଜବରଦଖଲ ଉଚ୍ଛେଦ ନେଇ ଖବର ପ୍ରଚାର ହେବା ପରେ ଗତକାଲି ସ୍ଥାନୀୟ ଅଂଳଚରେ ଉଠାକୋଦାନୀ ତଥା ଅସ୍ଥାୟୀ ଦୋକାନୀମାନେ ନିଜର କ୍ୟାବିନ୍କୁ ଉଠାଇ ନେଇଥିଲେ ।
ସେହିପରି ସ୍ଥାୟୀ ଦେକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଥିଲେ । ତେବେ ବତ୍ତମାନ ସୁ୍ଦ୍ଧା ସୁରୁଖୁରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦେଇଥିଲା ସେହି ଅନୁଯାୟୀ ଭଙ୍ଗା ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/LINGRAJ-EVI.jpg)