କନକ ବ୍ୟୁରୋ : ମୟୂରଭଞ୍ଜ ବାସୀଙ୍କୁ ବଜ୍ରପାତର ଭୟ । ସମଗ୍ର ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟ ସଂଖ୍ୟା ମୟୂରଭଞ୍ଜରେ ସର୍ବାଧିକ । ଗତ ୪ ବର୍ଷରେ ଯାଇଛି ୧୫୧ ଜୀବନ । ସଚେତନତା ଅଭାବରୁ ବଜ୍ରପାତ ଜନିତ ମୃତ୍ୟ ଦିନକୁ ଦିନ ବଢ଼ିଚାଲିଛି । ଖାଲି ମଣିଷ ନୁହେଁ ପ୍ରତିବର୍ଷ ଗରୁଗାଈ, ଛେଳି, ମେଣ୍ଢାଙ୍କ ଭଳି ଜୀବଜନ୍ତୁଙ୍କ ଜୀବନ ନେଉଛି ବଜ୍ରାଘାତ । ଆଦିବାସୀ ବହୁଳ ମୟୁରଭଞ୍ଜରେ ଲୋକଙ୍କ ମନରେ ଆଜି ବି ଅନ୍ଧବିଶ୍ୱାସ ବଂଚିଥିବାରୁ ବଜ୍ରପାତ ହେଲେ ଡାକ୍ତରଖାନା ବଦଳରେ ଲୋକେ ଗୁଣିଗାରେଡିର ଆଶ୍ରା ନେଉଛନ୍ତି ।

Advertisment

lighting image courtesy-https://www.mnn.com

ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆଦିବାସୀ ବହୁଳ ମୟୂରଭଂଜ ଜିଲ୍ଲା । ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବାର ସୂଚନା ମୁତାବକ ୨୦୧୫ ଏପ୍ରିଲରୁ ୨୦୧୯ ମେ ଶେଷ ସୁଦ୍ଧା କେବଳ ମୟୁରଭଞ୍ଜ ଜିଲାରେ ୧୫୧ ଜୀବନ ନେଇଛି ବଜ୍ରପାତ । ବିଶେଶ କରି ଜୁଲାଇ ମାସରେ ବଜ୍ରପାତ ଜନିତ ମୃତ୍ୟୁ ହେଉଥିବା ସରକାରୀ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ।

ଜୁଲାଇରେ ବଜ୍ରପାତ ନେଇଛି ଅଧିକ ଜୀବନ . . .

୨୦୧୮ଜୁଲାଇ ୨୦ରେ ମୟୂରଭଂଜ ବେତନଟି, ବୈଶିଙ୍ଗା, ବଡସାହି ଓ ଖୁଂଟାରେ ୫ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ । ୪ ଜଣ ଗୁରୁତର ଆହତ ହୋଇଥିଲେ ।

୨୦୧୭ ମସିହା ଜୁଲାଇ ୭ରେ ବଜ୍ରପାତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ ଜୁଲାଇରେ ୨ ଜଣ ଆହତ ହୋଇଥିଲେ ।

publive-image
ଚଳିତ ବର୍ଷ ମେ-ଜୁନ୍ ମାସ ସୁଦ୍ଧା ବଜ୍ରପାତରେ ମୟୂରଭଂଜର ବିଭିନ୍ନ ଅଂଚଳରେ ୮ ଜଣଙ୍କ ମୃତ୍ୟୁ ହୋଇସାରି୍ଛି । ବଜ୍ରପାତ ସମୟରେ କଣ କରିବା ଉଚିତ୍ କଣ ନକରିବା ଉଚିତ୍ ସେନେଇ ପ୍ରରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବଜ୍ରପାତରୁ ରକ୍ଷା ପାଇବା ପାଇଁ କି କି କୌଶଳ ଅବଲମ୍ବନ କରିବାକୁ ପଡିବ ତାହା କହିଛନ୍ତି ବିଶେଷଜ୍ଞ କହିଛନ୍ତି । ହେଲେ ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏବେ ବଂଚିଛି ଅନ୍ଧବିଶ୍ୱାସ । ବଜ୍ରାଘତରେ ଶିକାର ଲୋକଙ୍କୁ ଡାକ୍ତରଖାନାକୁ ନନନେଇ ଗୁଣିଗାରେଜି ପାଖକୁ ନେନଇଥିବା ଅଭିଯୋଗ ହୋଇଛି । ବିଗତ ୪ବର୍ଷ ମଧ୍ୟରେ ୧୫୦ରୁ ଅଧିକ ବଜ୍ରାଘାତ ଜନିତ ମୃତ୍ୟୁ ନିଶ୍ଚିତ ଭାବରେ ଦୁର୍ଭାଗ୍ୟ ଜନକ । ମୟୂରଭଞ୍ଜରେ କଣ ପାଇଁ ମାତ୍ରାଧିକ ବଜ୍ରପାତ ହେଉଛି ତାହାର ଅନୁଧ୍ୟାନ କରିବା ଜରୁରୀ ହୋଇ ପଡିଛି ।