କନକ ବ୍ୟୁରୋ : ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସଭିଙ୍କୁ ଚକଲେଟ ବହୁତ୍ ପସନ୍ଦ । କିନ୍ତୁ ସବୁ ଚକଲେଟ ନୁହେଁ ,ଡାର୍କ ଚକଲେଟ୍ ଦେହ ପାଇଁ ଭଲ ହୋଇଥାଏ ।
ଡାର୍କ ଚକୋଲେଟ୍ ର ନିର୍ଦ୍ଦିଷ୍ଟ ପରିମାଣ ରେ ସେବନ ଶରୀର କୁ ରଖିପାରେ ପୁରାପୁରି ଫିଟ୍ । ଏହା ଶରୀର ରେ ଖରାପ କୋଲୋଷ୍ଟ୍ରାଲ ର ପରିମାଣ କମ୍ କରିଥାଏ । ଏକ ମୁଡ଼ ବୁଷ୍ଟର ହିସାବ ରେ ବି ଡାର୍କ ଚକୋଲେଟ୍ ବେଶ୍ ଭଲ କାମ କରେ ।
ଆପଣ ଜାଣିଛନ୍ତି କି ଚକୋଲେଟ୍ ଖାଇବା ପଛରେ ଅନେକ ଫାଇଦା ଅଛି ? ଶରୀର ପାଇଁ ଡାର୍କ ଚକଲେଟ ଅଧିକ ଭଲ ହୋଇଥାଏ
ଡାର୍କ ଚକୋଲେଟରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ହାର୍ଟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଏହା ସହ ମନ ଭଲ ରହିବା ସହିତ ଚିନ୍ତାମୁକ୍ତ କରିବା ପାଇଁ ମଧ୍ୟ ବେଶ୍ ସହାୟକ ହୋଇଥାଏ । ଡାର୍କ ଚକୋଲେଟ୍କୁ ନେଇ ଏକ୍ସପର୍ଟ ମାନେ ମତ ରଖିଛନ୍ତି । ଏକ୍ସପର୍ଟଙ୍କ କହିବା ଅନୁସାରେ ଚକୋଲେଟ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଡାର୍କ ଚକୋଲେଟ୍ରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇଫ୍ଲିମେଣ୍ଟ ରହିଥାଏ ।
ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେଇଥାଏ । ଡାର୍କ ଚକୋଲେଟରେ ଭରପୂର ପୋଷଣ ରହିଥାଏ । ତାହା ସହ କୋଲଷ୍ଟ୍ରଲକୁ ମଧ୍ୟ କମ୍ କରାଇଥାଏ ଡାର୍କ ଚକୋଲେଟ୍ । ଖାଲି ଏତିକି ନୁହେଁ, ଏହା ଖାଇବା ଦ୍ୱାରା ଚର୍ମକୁ ମଧ୍ୟ ଅନେକ ଫାଇଦା ମିଳିଥାଏ । ଏଥିରେ ବାୟୋ ଆକ୍ଟିଭ୍ କମ୍ପାଉଣ୍ଡସ୍ ଥିବାରୁ ଚର୍ମକୁ ଏହା ସୁରକ୍ଷିତ ରଖିଥାଏ ।
ଯଦି ଆପଣ ଶୁଦ୍ଧ ଡାର୍କ ଚକୋଲେଟ୍ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ । ପୋଟାସିୟମ ସିଙ୍କ୍, ସେଲିନିୟମ ଫସଫରସ୍ ଏବଂ ଏଥିରେ ଭରପୂର ନିୟୁଟ୍ରେସିୟନ ଭରି ରହିଥାଏ । ତାହା ସହ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଅତ୍ୟଧିକ ଡାର୍କ ଚକଲୋଟ୍ ଳରୀର ପାଇଁ ଖରାପ ମଧ୍ୟ ହୋଇଥାଏ କାରଣ ସବୁ ଜିନିଷରେ କିଛି ନିୟମ ମଧ୍ୟ ରହିଥାଏ
ଅଧିକ ପଢନ୍ତୁ : କଫି ପିଉଥିଲେ ସାବଧାନ : ସାଜିପାରେ ଘାତକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/chocolate-day-2026-02-09-11-11-13.jpeg)