ରିଜ୍ୟୁମ୍ ବା ବାୟୋଡାଟାକୁ ସାଧାରଣତଃ ନିଯୁକ୍ତିର ମୁଖଶାଳ ବୋଲି କୁହାଯାଏ । ରିଜ୍ୟୁମକୁ ଦେଖି ନିଯୁକ୍ତିଦାତା ଆଶାୟୀ ଯୁବକଯୁବତୀଙ୍କୁ ଚୟନ କରିଥାନ୍ତି । ତେବେ ଅନେକ ସମୟରେ ଏପରି ଘଟିଥାଏ କି ନିଯୁକ୍ତିଦାତା ଇଂଟରଭିୟୁ ସମୟରେ ଆଶାୟୀଙ୍କୁ ଗୋଟିଏ କିମ୍ବା ଦୁଇଟି ପ୍ରଶ୍ନ କରି ବିଦା କରିଦେଇଥାନ୍ତି କିମ୍ବା ସେମାନଙ୍କୁ ନିଜର ରିଜ୍ୟୁମ୍ ପଠାଇବାକୁ କୁହାଯାଇଥାଏ ଏବଂ ରିଜ୍ୟୁମ୍ ପଠାଇବାପରେ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ କୌଣସି ଜବାବ୍ ମିଳି ନଥାଏ । ଖାଲି ସେତିକି ନୁହେଁ ଅନେକ ସମୟରେ ଏମିତି ବି ହୋଇଥାଏ ଇଂଟରଭିୟୁ ସମୟରେ ବ୍ୟକ୍ତିର ରିଜ୍ୟୁମ୍ ଉପରେ ତାଙ୍କୁ ବିଭିନ୍ନ ପ୍ରଶ୍ନରେ ଛନ୍ଦି ପକାଇଦିଅନ୍ତି କି ଚାକିରି ମିଳୁ ମିଳୁ ହାତରୁ ଚାଲିଯାଇଥାଏ ।
ତେବେ ଏହା କାହିଁକି ହୋଇଥାଏ । ଏଠାରେ ଆମେ କହିରଖୁଛୁ କି ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଆପଣ ତିଆରି କରିଥିବା ରିଜ୍ୟୁମ୍ ବା ସିଭି । ତେଣୁ ରିଜ୍ୟୁମ ତିଆରି କରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେଲେ ଆପଣଙ୍କ ଚାକିରି ଜନିତ ଏହି ସମସ୍ୟା ଦୂର ହେବା ସହିତ ତୁରନ୍ତ ଚାକିରି ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ସେଗୁଡିକ ଉପରେ ନଜର ପକାଇବା ।

ଅନାବଶ୍ୟକୀୟ କାର୍ଯ୍ୟ ଜନିତ ଅନୁଭବ

ଅଧିକାଂଶ ସମୟରେ ଆମେ ରିଜ୍ୟୁମକୁ ବଡ କରିବା ଆଳରେ ସେଥିରେ ଅନାବଶ୍ୟକ କାର୍ଯ୍ୟ ସଂମ୍ବନ୍ଧିୟ ଅନୁଭବ ଲେଖି ପକାଇଥାନ୍ତି । ତେବେ ଏଭଳି ଅନୁଭବକୁ ଆପଣଙ୍କ ରିଜ୍ୟୁମରେ କେବେବି ଉଲ୍ଲେଖ କରନ୍ତୁ ନାହିଁ । ଯାହା ଉକ୍ତ ସଂସ୍ଥା ସହିତ ଜଡିତ ନଥିବ ।

କ୍ରିଏଟିଭ୍ ହେବା

ସିଧାସାଧା ରିଜ୍ୟୁମ୍ ତିଆରି କରିବା ମଧ୍ୟ ଭୁଲ୍ ଅଟେ । କାରଣ ଯଦି ଆପଣ କୌଣସି କ୍ରିଏଟିଭ୍ ଫିଲ୍ଡର ଅଟନ୍ତି ତେବେ ରିଜ୍ୟୁମ୍ ଜରିଆରେ ଆପଣ ଆପଣଙ୍କ ପ୍ରତିଭାକୁ ଜଣାଇବାକୁ ଚେଷ୍ଟା କରନ୍ତୁ ।

ନକଲ୍ କରନ୍ତୁ ନାହିଁ

ଏଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ କି ଆପଣ ନିଜର ରିଜ୍ୟୁମ୍ ନିଜେ ତିଆରି କରନ୍ତୁ ଆଉ ସେଥିରେ ନିଜ ଭାଷାକୁ ବ୍ୟବହାର କରନ୍ତୁ । ଅନ୍ୟ କାହାଠାରୁ କପି କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି ।

କୌଣସି ପ୍ରକାରର ଦାବି କରନ୍ତୁ ନାହିଁ

ଆପଣଙ୍କ ରିଜ୍ୟୁମରେ କେବେବି କୌଣସି କଥାକୁ ନେଇ ଦାବି କରନ୍ତୁ ନାହିଁ । ସେଥିରେ କେବଳ ନିଜର ଅନୁଭବ ଏବଂ ଯୋଗ୍ୟତାକୁ ସ୍ଥାନ ଦିଅନ୍ତୁ । କାରଣ ଦାବି କିମ୍ବା ଯୁକ୍ତି ପାଇଁ ଏହା ଉଚିତ୍ ସ୍ଥାନ ନୁହେଁ । ଇଂଟରଭିୟୁ ସମୟରେ ଯଦି ଉକ୍ତ ସଂସ୍ଥା ଆପଣଙ୍କୁ ଆପଣଙ୍କ ଦାବି ଏବଂ ଆପଣଙ୍କ ଯୋଗ୍ୟତା ସହ ଜଡିତ କିଛି ପ୍ରଶ୍ନ କରନ୍ତି ତେବେ ଇଂଟରଭିୟୁର ଦିଗ ଅନ୍ୟ କୌଣସି ଦିଗକୁ ଚାଲିଯାଇଥାଏ ।

ଛୋଟ ଛୋଟ ଭୁଲ୍ ଉପରେ ଧ୍ୟାନ ଦିଅନ୍ତୁ

ବେଳେ ବେଳେ ଆମେ ରିଜ୍ୟୁମରେ କିଛି ଶଦ୍ଦ କିମ୍ବା ଭାଷାକୁ ଭୁଲ୍ ତରିକାରେ ଉପସ୍ଥାପନା କରିଥାନ୍ତି । ଯାହା ଭବିଷ୍ୟତରେ ମହଙ୍ଗା ପଡିଥାଏ । କାରଣ ରିଜ୍ୟୁମ୍ ହିଁ କଂପାନୀ ଆଗରେ ଆପଣଙ୍କ ଫାଷ୍ଟ ଇପ୍ରେସନ୍ ସୃଷ୍ଟି କରିଥାଏ । ଯଦି ଏଥିରେ କିଛି ଭୁଲ୍ ରହିଯାଏ ତେବେ ତାହା ଆପଣଙ୍କ ଯୋଗ୍ୟତା ଉପରେ ଆଙ୍ଗୁଠି ଉଠିପାରେ ।

ରିଜ୍ୟୁମକୁ ଛୋଟ ରଖନ୍ତୁ

ସବୁବେଳେ ଚେଷ୍ଟା କରନ୍ତୁ ଆପଣ ତିଆରି କରିଥିବା ରିଜ୍ୟୁମଟିକୁ ଛୋଟ କରିବାକୁ । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଉପସ୍ଥାପନ କରନ୍ତୁ ନାହିଁ । ତେବେ ଆବଶ୍ୟକତା ଅନୁଯାୟୀ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରିଜ୍ୟୁମରେ ଉଲ୍ଲେଖ କରନ୍ତୁ ।

ଏହାସହ ମଧ୍ୟ ପଢନ୍ତୁ- ନିଦରେ କାହିଁକି ଲୋକେ ବାଉଳିଚାଉଳି ହୋଇଥାନ୍ତି ? ଜାଣନ୍ତୁ ଏହାର କାରଣ