ନିଦରେ କାହିଁକି ଲୋକେ ବାଉଳିଚାଉଳି ହୋଇଥାନ୍ତି ? ଜାଣନ୍ତୁ ଏହାର କାରଣ

44

ଅଧିକାଂଶ ସମୟରେ ଆପଣ ଦେଖିବାକୁ ଏବଂ ଶୁଣିବାକୁ ପାଇଥିବେ କି ଅନେକ ଲୋକ ରାତିରେ ଶୋଇବା ସମୟରେ ତଥା ନିଦରେ କଥାବାର୍ତ୍ତା କରିଥାନ୍ତି । ଯାହାଦ୍ୱାରା ନା କେବଳ ତାଙ୍କର ନିଦ ଭାଙ୍ଗି ଯାଇଥାଏ ଏଥିସହିତ ପାଖରେ ହୋଇଥିବା ଲୋକର ମଧ୍ୟ ନିଦ୍ରାରେ ବାଧା ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ନିଦ ସମୟରେ ଏଭଳି କାହିଁକି ବାଉଳିଚାଉଳି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।

ନିଦରେ ବାଉଳିଚାଉଳି ହେବା ଯଦିଓ କୌଣସି ରୋଗ ହୋଇ ନଥାଇପାରେ କିନ୍ତୁ ଏହା ଆପଣଙ୍କ ଖରାପ ସ୍ୱାସ୍ଥ୍ୟ ଆଡକୁ ଇଙ୍ଗିତ କରିଥାଏ । ନିଦରେ ଗପିବା ତଥା କଥା ହେବା ପେରାସୋମନିୟା ଭଳି ସମସ୍ୟାକୁ ବୁଝାଇଥାଏ । ଯାହାର ଅର୍ଥ ହେଲା, ଶୋଇବା ସମୟରେ ଅସ୍ୱାଭାବିକ ବ୍ୟବହାର କରିବା । କିନ୍ତୁ ଏହା ଏକ ସାମାନ୍ୟ କଥା ଅଟେ ଏହାକୁ କୌଣସି ରୋଗର ରୂପ ଦିଆଯାଇ ନପାରେ ।

କିନ୍ତୁ ନିଦରେ ଚିତ୍କାର କରିବା ଏକ ବଡ ସମସ୍ୟା ମଧ୍ୟ ଅଟେ । ଶୋଇବା ସମୟରେ ବଡ ପାଟିରେ ଚିତ୍କାର କରିବା, ବାଡେଇଛାଟି ହେବା ଆଦି ଅଭ୍ୟାସ ଡିମେନ୍ସିୟା ତଥା ଏକ ନିଦ୍ରା ଜନିତ ରୋଗ ହୋଇଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ଏହାସହ ମଧ୍ୟ ପଢନ୍ତୁ- କେତେ ଉପକାରୀ ପାନମଧୁରୀ ! ଜାଣନ୍ତୁ ଏହାର ୫ଟି ଔଷଧିୟ ଗୁଣ