ଜୀବନ ଜିଇଁବା କଳା ! ସମସ୍ୟା ଭିତରେ ବଂଚିବା ଶିଖ

40

କାପୁୁରୁଷ ସେମାନେ ଯିଏ ଜୀବନ ଜିଇଁବା ଛାଡି ଆତ୍ମହତ୍ୟାକୁ ବାଛିଥାନ୍ତି । ଭଗବାନ ଆମକୁ ଯେଉଁ ଅମୂଲ୍ୟ ଜୀବନ ଦେଇଛନ୍ତି ,ତାକୁ ଛୋଟମୋଟ ସମସ୍ୟା ପାଇଁ ତ୍ୟାଗ କରିବା ଅନୁଚିତ । କାରଣ ଜୀବନ ହେଉଛି ଜିଇଁବା ପାଇଁ । ଏମିତି କିଛି ସକରାତ୍ମକ ମନୋଭାବକୁ ନେଇ ଜୀବନକୁ ମଧୁର କରନ୍ତୁ । ଆସନ୍ତୁ ଜାଣିବା କେମିତି ଜିଇଁବା ଖୁସିରେ ଖୁସିରେ ।

୧ – ମଜବୁତ୍ ହୁଅନ୍ତୁ – ଯାହାର ଲକ୍ଷ୍ୟ ମଜବୁତ ସେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ସହଜରେ ଅତିକ୍ରମ କରିଯାଏ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ୨୦୧୫ରେ ଆଏଏସ୍ ଟପର ହେଉଇଥିବା ଇରା ସିଂହଲ୍ ଭିନ୍ନକ୍ଷମ ହୋଇ ମଧ୍ୟ ଦୃଢ ମନୋବଳ ଯୋଗୁଁ ସଫଳ ହୋଇପାରିଛନ୍ତି ସେ । ଯଦି ଆପଣଙ୍କ ଭିତରେ ଧୈର୍ଯ୍ୟ ଓ ସଂଯମତା ରହିଥିବେ ,ତେବେ ସମସ୍ୟା ଯାହା ଆସୁ ନା କାହିଁକି ? ଆପଣ ସବୁ ସମସ୍ୟାକୁ ଅତିକ୍ରମ କରିବେ ନିଶ୍ଚୟ ।

୨ – ନିଜ ଉପରେ ଆସ୍ଥା – ନିଜ ଉପରେ ଆସ୍ଥା ଥିଲା ବୋଲି ତ ଜାତୀୟ ସ୍ତରର ଭଲି ବଲ୍ ଖେଳାଳି ଅରୁଣିମା ଏଭରେଷ୍ଟର ଶିଖର ଛୁଇଁବାରେ ସଫଳ ହୋଇଥିଲେ । ସେ ଟ୍ରେନ୍ ଦୁର୍ଘଟଣାରେ ଗୋଡ ହରାଇବା ପରେ ଏଭରେଷ୍ଟ ଚଢିବାର ଶପଥ ନେଇଥିଲେ । ଆଉ ଭାରତର ପ୍ରଥମ ମହିଳା ଭିନ୍ନକ୍ଷମ ଏଭରେଷ୍ଟ ଆରୋହୀ ହେବାର ସୈାଭାଗ୍ୟ ହାସଲ କରିଥିଲେ ।

୩ – ଦୁଃଖ ବାଣ୍ଟନ୍ତୁ – ‘ମୁଁ ଦୁନିଆକୁ ଆସିଛି ଅର୍ଥ ଭଗବାନ କିଛି ଖାସ୍ କାମ ପାଇଁ ମୋତେ ଏଠାକୁ ଆଣିଛନ୍ତି ’ । ଏହି ଉକ୍ତିକୁ ଭାବି ନିଜ ଗୁଣକୁ ଚିହ୍ନିବା ସହ ଆଗକୁ ଆଗେଇବା ଆବଶ୍ୟକ । ବିଫଳତା ସ୍ୱୀକାର କରି ଆତ୍ମହତ୍ୟା ନୁହେଁ ,ବରଂ ଏ ସମୟରେ ନିଜର ଦୁଃଖ ଅନ୍ୟ ସହ ବାଣ୍ଟିବାକୁ ଚେଷ୍ଟା କରନ୍ତୁ । ହୁଏତ କେହି ଆପଣଙ୍କୁ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବେ ।

୪ – ନିଜକୁ ଭଲ ପାଆନ୍ତୁ – ନିଜ ଠାରୁ ଅଧିକ ଆଶା କରିବା ବନ୍ଦ କରନ୍ତୁ । ନିଜର କ୍ଷମତା ଅନୁସାରେ ଦାୟିତ୍ୱ ନିଅନ୍ତୁ । କାମକୁ ଖୁସିରେ କରିପାରିବେ । ଯଦି ଘରେ ବା ଅଫିସରେ ଦାୟିତ୍ୱର ବୋଝ ଅଧିକ ଥାଏ. ତେବେ ସହକର୍ମୀ ଓ ପରିବାର ଲୋକଙ୍କ ଭିତରେ ବାଣ୍ଟିବାକୁ ଚେଷ୍ଟା କରନ୍ତୁ । ପରେ ଅନ୍ୟର କାମରେ ସହଯୋଗ କରିବାକୁ ଭୁଲନ୍ତୁ ନାହିଁ ।

ଏହାସହ ମଧ୍ୟ ପଢନ୍ତୁ- କାରରେ ଏସି ଚଳାଇ ଦୀର୍ଘ ଯାତ୍ରା କରୁଛନ୍ତି କି? ଟିକେ ସାବଧାନ ରୁହନ୍ତୁ