କାରରେ ଏସି ଚଳାଇ ଦୀର୍ଘ ଯାତ୍ରା କରୁଛନ୍ତି କି? ଟିକେ ସାବଧାନ ରୁହନ୍ତୁ
ଅନେକ ସମୟରେ ଦେଖାଯାଏ କାରରେ ଯାତ୍ରା କରିବା ସମୟରେ ସାଧାରଣତଃ ଯାତ୍ରୀମାନେ ଗରମରୁ ରକ୍ଷା ପାଇବା ପାଇଁ ଏ.ସି ଚଳାଇଥାନ୍ତି । ସାମାନ୍ୟ ଆରାମ ମିଳିବା ପରେ ଡ୍ରାଇଭର ଗାଡି ଚାଳନା କରୁଥିବା ବେଳେ ସେମାନେ ଶୋଇପଡନ୍ତି । କାର୍ ଭିତରେ ଏସି ଚଳାଇ ଦୀର୍ଘ ସମୟ ଶୋଇରହିବାରେ ଶରୀରର ଯେଉଁ ପ୍ରଭୂତ କ୍ଷତି ହୋଇଥାଏ ତାହା କେହି ଜାଣିପାରନ୍ତି ନାହିଁ । ଦୀର୍ଘ ସମୟ କାରର ଇଂଜିନ ଚାଲୁଥିବା ହେତୁ ସେଥିରୁ ନର୍ଗତ ହେଉଥିବା କାର୍ବମୋନକସାଇଡ୍ ଏକାଠି ହୋଇଥାଏ । ଏବଂ ଯାତ୍ରୀମାନଙ୍କ ଶ୍ୱାସକ୍ରିୟାରେ ଶରୀର ମଧ୍ୟକୁ ପ୍ରବେଶ କଲେ ମଣିଷର ଶ୍ୱାସରେ ବ୍ୟାଘାତ ସୃଷ୍ଟି ହୋଇ ମୃତ୍ୟୁ ହୋଇଥାଏ । ଏଣୁ କାରରେ ଏସି ବ୍ୟବହାର କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗାଡିରେ ଏସି ଚାଲିବା ସମୟରେ ଝରକା କାଚ ବନ୍ଦ ରହୁଥିବାରୁ ବାହାର ପବନ ପ୍ରବେଶ କରିବା ସମ୍ଭବ ହୁଏ ନାହିଁ । ନିଃଶ୍ୱାସରୁ ନିର୍ଗତ କାର୍ବନଡାଇଅକ୍ସାଇଡ୍ କାର ଭିତରେ ଥିଲାବେଳେ ଇଂଜିନରୁ ବାହାରୁଥିବା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଏସି ବାଟ ଦେଇ କାର୍ ମଧ୍ୟକୁ ପ୍ରବେଶ କରିଥାଏ । ଏହି ଦୁଇ ଗ୍ୟାସର ମିଶ୍ରଣ ପ୍ରଶ୍ୱାସରେ ମନୁଷ୍ୟର ଶରୀର ମଧ୍ୟକୁ ପ୍ରବେଶ କରି କ୍ଷତି ଘଟାଇଥାଏ ।
ଦୀର୍ଘ ସମୟ ଯାତ୍ରା ପରେ କାର୍ ଭିତରେ ଥିବା ଅମ୍ଲଜାନ ଶରୀର ମଧ୍ୟକୁ ପ୍ରବେଶ କରି ଧୀରେ ଧୀରେ ସରିଯାଇଥାଏ । ମାତ୍ର ବନ୍ଦ କାର୍ ମଧ୍ୟରେ ଏସି ଚଳାଇ ଶୋଇ ରହିଥିବା ବ୍ୟକ୍ତି ଅମ୍ଲଜାନ କମି ଯିବାର ଅଭାବକୁ ଅନୁଭବ କରିପାରନ୍ତି ନାହିଁ ।
– ପ୍ରତିକାର କଣ କରିବେ ?
୧- ଅତି ଦୀର୍ଘ ରାସ୍ତା କାରରେ ଯାତ୍ରା କରୁଥିଲେ ମଝିରେ ମଝିରେ କାରର ଝରକା ଖୋଲି ବାହାର ପବନକୁ ପ୍ରବେଶ କରିବାକୁ ଦିଅନ୍ତୁ ।
୨-ନିୟମିତ ଗାଡିରେ ଏସି ଦେଇ ଦୂରପଥ ଯାତ୍ରା କରୁଥିଲେ ଅତିକମରେ ଛ’ ମାସରେ ଥରେ ଏସିକୁ ପରୀକ୍ଷା କରି ନିଅନ୍ତୁ ।
୩- ଦୂରପଥ କାରରେ ଯାତ୍ରା କରୁଥିଲେ ରାତିରେ କାରର ଏସି ଲଗାଇ ଶୁଅନ୍ତୁ ନାହିଁ । ଏହା ଦ୍ୱାରା ଶ୍ୱାସରୁଦ୍ଧ ହେବାର ସମ୍ଭାବନା ଅଛି ।