ଦେଶଦ୍ରୋହ ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ : ପୂର୍ବରୁ ୫୨ଟି ମାମଲାରେ ନିର୍ଦ୍ଦୋଷରେ ହୋଇଥିଲେ ଖଲାସ

780

କନକ ବ୍ୟୁରୋ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଂଜୟ କୁମାର ସାହୁ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଆଇପିସି ଧାରା ୧୨୧ ଦେଶଦ୍ରୋହ ମାମଲାରେ ସବ୍ୟସାଚୀଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଏହାଛଡ଼ା ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାରେ ତାଙ୍କୁ ଅଦାଲତ ଏହି  ଦଣ୍ଡ ଶୁଣାଇଛନ୍ତି।  ଦଣ୍ଡାଦେଶ ନେଇ ସୂଚନା ଦେଇଛନ୍ତି ସକରାରୀ ଓକିଲ ଜ୍ଞାନେନ୍ଦ୍ର ଜେନା । ପୂର୍ବରୁ ୫୨ଟି ମାମଲାରେ ନିର୍ଦ୍ଦୋଷରେ ସର୍ବସାଚୀ ଖଲାସ ହୋଇଥିଲେ । ତେବେ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବାକଥା କହିଛନ୍ତି ଟପ୍ ମାଓନେତାଙ୍କ ଓକିଲ ।

ସୂଚନାଯୋଗ୍ୟ ଯେ ଗତ ୨୦୧୪ ଜୁଲାଇ ୧୭ ତାରିଖରେ ସବ୍ୟସାଚୀ ପଣ୍ଡାଙ୍କୁ ପୁଲିସ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍ ପେଟା ସାହିରେ ଥିବା ତାଙ୍କ ଭଡ଼ା ଘରୁ ଗିରଫ କରିଥିଲା । ସେ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଜୀବନ ବିତାଉଛନ୍ତି ।