ମିଛ କହିବାରେ ଓସ୍ତାଦ୍ ଟ୍ରମ୍ପ : କାର୍ଯ୍ୟକାଳର ପ୍ରଥମ ୮୬୯ ଦିନରେ ୧୦,୭୯୬ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

Advertisment
ମିଛ କହିବାରେ ଓସ୍ତାଦ୍ ଟ୍ରମ୍ପ : କାର୍ଯ୍ୟକାଳର ପ୍ରଥମ ୮୬୯ ଦିନରେ ୧୦,୭୯୬ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି

କନକ ବ୍ୟୁରୋ : ମିଛୁଆ ଟ୍ରମ୍ପ । ମିଛ କହିବାରେ ଓସ୍ତାଦ୍ । ମିଛ କହିବାରେ ତାଙ୍କୁ କେହି କାଟିପାରିବେ ନାହିଁ । ବିଶ୍ବର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମିଛ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଜଣେ ବ୍ୟକ୍ତି ଦୈନିକ ଯେତେ ଥର ହାତ ଧୋଇଥାଏ ତା’ଠାରୁ ଯଥେଷ୍ଟ ଅଧିକ ଥର ଟ୍ରମ୍ପ୍‌ ମିଛ କହିଥାନ୍ତି । ‘ୱାସିଂଟନ୍‌ ପୋଷ୍ଟ’ ଖବର କାଗଜର ରିପୋର୍ଟ ମୁତାବକ ଟ୍ରମ୍ପ୍‌ ତାଙ୍କ କାର୍ଯ୍ୟକାଳର ପ୍ରଥମ ୮୬୯ ଦିନରେ ୧୦୭୯୬ ଥର ମିଛ କହିଛନ୍ତି ।

ଟ୍ରମ୍ପ୍‌ ପ୍ରତିଦିନ ହାରାହାରି ୧୨ରୁ ଅଧିକ ଥର ମିଛ କହୁଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ୱାସିଂଟନ ପୋଷ୍ଟ୍‌ ଦାବି କରିଛି ଯେ ବିଦେଶ ନୀତି ସଂକ୍ରାନ୍ତରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଏ ପର୍ଯ୍ୟନ୍ତ ୯୯ ଏବଂ ବାଣିଜ୍ୟ କାରବାର ସଂକ୍ରାନ୍ତରେ ୮୫୪ ଥର ମିଛ କହି ସାରିଛନ୍ତି । ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପ୍‌ ୭୯୦ ଥର ମିଛ କହିଥିବା ବେଳେ ଅନ୍ୟ ମାମଲାରେ ୮୯୯ ଥର ମିଛ କହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ଦୁଇ ଦିନ ତଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସହ ଆଲୋଚନା ବେଳେ ଗଣମାଧ୍ୟମକୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛି ଏବଂ ମୋଦୀ ତାଙ୍କୁ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପ୍‌ଙ୍କ ଏହି ମିଛ ଭାରତରେ ଝଡ଼ ସୃଷ୍ଟି କରିଛି ଏବଂ ଆମେରିକା ପ୍ରଶାସନକୁ ମଧ୍ୟ ଅଡ଼ୁଆରେ ପକାଇଛି । ଭାରତ ଟ୍ରମ୍ପ୍‌ଙ୍କ ମିଛ ବୟାନକୁ ଦୃଢ଼ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ ଏଭଳି କୌଣସି ଆଲୋଚନା କରିନଥିବା ସ୍ପଷ୍ଟ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe