ବିଶ୍ୱର ଏକମାତ୍ର ବକ୍ର ମନ୍ଦିର ! ଓଡ଼ିଶାର ସମ୍ବଲପୁରରେ ହୁମା ମନ୍ଦିର ରୂପେ ପରିଚିତ

679

ଆମ ରାଜ୍ୟର ପ୍ରାଚୁର୍ଯ୍ୟଭରା ମନରୋମ ପରିବେଶକୁ ଉପଭୋଗ କରିବା ପାଇଁ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦର୍ଯ୍ୟର ସ୍ୱାଦ ଆସ୍ୱାଦନ ପାଇଁ ଆଉ ରାଜ୍ୟକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଛୁଟି ଆସନ୍ତି । ଆମ ରାଜ୍ୟର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ନୀଳ ଜଳରାଶିର ଢେଉ, ପାହାଡ଼, ଝରଣା, ବନ୍ୟପ୍ରାଣୀ, ପକ୍ଷୀର କାକଳି, ବିଭିନ୍ନ ମନ୍ଦିର ଦେଶ ବିଦେଶରୁ ଟାଣିଆଣେ ପର୍ୟ୍ୟଟକଙ୍କୁ । ଆଉ ଓଡ଼ିଶା ଲୋକଙ୍କ ବ୍ୟବହାର ମଧ୍ୟ ପର୍ୟ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ।  ତେବେ ଆମେ ଆଜି ଏପରି ଏକ ପର୍ଯ୍ୟଟନସ୍ଥଳୀ ତଥା ମନ୍ଦିର ବିଷୟରେ ଆଲାଚନା ଯାହା  କେବଳ ଆମ ରାଜ୍ୟରେ ଅଛି । ପୃଥିବୀର ଏକମାତ୍ର ଢ଼ଳିପଡ଼ିଥିବା ମନ୍ଦିର ଯାହା ଓଡ଼ିଶାରେ ଅବସ୍ଥିତ ।

ସମ୍ବଲପୁର ଜିଲ୍ଲାର ମାଣେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି ଶିବ । ସେଠାରେ ଭଗବାନ୍ ଶିବ ତଥା ବାବା ବିମଳେଶ୍ଵର ପୂଜା ପାଇ ଆସୁଛନ୍ତି । ଏହିମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ମନ୍ଦିର ଭାବେ ପରିଚିତ । ୧୬୬୦ରେ ଏହି ମନ୍ଦିରକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ  ନିର୍ମାଣ କରିଥିଲେ ।

ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ । ମୂଖ୍ୟ ମନ୍ଦିର ବିମଳେଶ୍ଵର ପଶ୍ଚିମ ଦିଗକୁ ୪୭କ୍ଟ କୋଣରେ ସ୍ପଷ୍ଟ ଢଳିକରି ଅଛି । ଏହି ବକ୍ରତାର କାରଣ ରହସ୍ୟାବୃତ୍ତ ଏବଂ ବିବାଦ ବଳୟରେ । ସ୍ଥାନୀୟ ଲୋକଙ୍କ ମତରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷାକରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ରକରି ଗଢାଯାଇଛି । ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା । ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ଵସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ପ୍ରମୁଖ ମନ୍ଦିରଟି ଗୋଟିଏ ପାଶ୍ୱର୍କୁ ଢ଼ଳି ରହିଚି । ଅନ୍ୟ ସବୁ ମନ୍ଦିର ଅଲଗା ପାଶ୍ୱର୍କୁ ଢ଼ଳିଛନ୍ତି । ଏହା ବ୍ୟତୀତ ଏହି ପର୍ଯ୍ୟଟନସ୍ଥଳୀର ଆଉ ଏକ ମହତ୍ୱ ରହିଛି । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ । ସେମାନେ ପୋଷାମାଛ ପରି । ଯାହା ଖାଇବା ଦେଲେ ନଡରି ସବୁ ଖାଇବେ । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ଵାସ କରାଯାଏ । ଆଉ ଏହି ମାଛମାନଙ୍କୁ ମାରିବା ପାଇଁ ବାରଣ ରହିଛି ।