କନକ ବ୍ୟୁରୋ : ୧୦ ବର୍ଷରୁ କମ୍ ସମୟ ଧରି ପ୍ରାକ୍ଟିସ କରୁଥିବା ଏବଂ ସହାୟତା ଆବଶ୍ୟକ କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ରାଜ୍ୟରେ ଲକଡାଉନକୁ ଦୃଷ୍ଟିରେ ରଖି ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ ସ୍ୱତନ୍ତ୍ର କମିଟିର ଜରୁରୀ ବୈଠକ ବସିଥିଲା । ଲକଡାଉନ୍ ଯୋଗୁଁ କଠିନ ସ୍ଥିତି ଦେଇ ଗତି କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏହି ସଂକଳ୍ପ ପାରିତ ହୋଇଛି । ଯେଉଁମାନେ ପ୍ରକୃତରେ ଆର୍ଥିକ ସହାୟତା ଆବଶ୍ୟକ କରୁଛନ୍ତି, ଲଲ୍ଡାଉନ୍ ଯୋଗୁଁ କଠିନ ସମସ୍ୟାରେ ପଡିଛନ୍ତି, ସେମାନଙ୍କୁ ଷ୍ଟେଟ୍ ବାର କାଉନସିଲ୍ର ଆଡଭୋକେଟ୍ସ ୱେଲଫେୟାର କର୍ପସ ଫଣ୍ଡରୁ ସହାୟତା ଦିଆଯିବା ପାଇଁ ନିଷ୍ପତି ହୋଇଛି ।
ଏ ନେଇ ସମସ୍ତ ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ଚିଠି ଲେଖାଯାଇଛି । ଏହି ସହାୟତା ପାଇବା ପାଇଁ ଯୋଗ୍ୟ ଆଇନଜୀବୀମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ପଡ଼ିବ । ନିଜ ନିଜର ବାର୍ ଆସୋସିଏସନ୍ ଜରିଆରେ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ୍କୁ ଆବେଦନ କରିବାକୁ ହେବ । ୭ ଦିନ ମଧ୍ୟରେ ଏହି ଆବେଦନ କରିବା ପାଇଁ କୁହାଯାଇଛି । ଆବେଦନ ପତ୍ରକୁ ଗ୍ରହଣ କରିବା ସହ ସେଗୁଡିକୁ ଯାଂଚ କରି ପଠାଇବାକୁ ସମସ୍ତ ବାର୍ ଆସୋସିଏସନ୍ର ସଭାପତି ଓ ସଂପାଦକମାନଙ୍କୁ ଅନୁରୋଧ କରିଛି ଷ୍ଟେଟ୍ ବାର୍ କାଉନସିଲ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/OKILA.jpg)