ମାତ୍ର ୨୦ ଟଙ୍କାରେ ହୋଇପାରିବ ଡ୍ରାଇଭିଙ୍ଗ ଲାଇସେନ୍ସର ଆବେଦନ : ଆରଟିଓର ଅବୈଧ ଆଦାୟ ଉପରେ ଲାଗିବ ଲଗାମ୍
ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ଭାରି କଷ୍ଟକର । କାରଣ ଏଥିପାଇଁ ବାରମ୍ବାର ଆରଟିଓ ଅଫିସ ଦଉଡ଼ିବା ପାଇଁ ବଡ଼େ । ଥରକେ କିଛି ହୋଇପାରେ ନାହିଁ । ଏହା ବ୍ୟତୀତ ଆରଟିଓ ଅଫିସ କର୍ତ୍ତୃପକ୍ଷ ଡିଏଲ ପାଇଁ ମନଇଚ୍ଛା ଦାମ ଆଦାୟ କରନ୍ତି । ତେବେ ଏଥିପାଇଁ ଆଗକୁ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । କାରଣ ଆଗାମୀ ସମୟରେ ଡିଏଲ ତିଆରି କରିବା ବହୁତ ସୁବିଧା ହୋଇଯିବ । ଆଗାମୀ ସମୟରେ ଜନ ସୁବିଧା କେନ୍ଦ୍ର ଜରିଆରେ ଖୁବ ଶୀଘ୍ର ଡ୍ରାଇଭିଙ୍ଗ୍ ଲାଇସେନ୍ସ ପରମିଟ୍ ଆବେଦନର କିରପାରିବେ । ଏଥିପାଇଁ ଆରଟିଓର ଶାସନରୁ ରକ୍ଷା ପାଇଁ ଗାଇଡ଼୍ ଲାଇନ୍ ଜାରି କରିଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଚାଲୁଥିବା ଜନସୁବିଧା କେନ୍ଦ୍ରରେ ଏବେ ଲୋକେ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ସୁବିଧାରେ ଡିଏଲ୍ ପରମିଟ୍ ପାଇଁ ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜନସୁବିଧା କେନ୍ଦ୍ରରେ ବର୍ତ୍ତମାନ ସମୟରେ ଆୟ,ଜାତି, ବିବାହ, ଅନୁଦାନ ସମେତ ଅନେକ ଅନ୍ୟ ଯୋଜନାର ଲାଭ ପାଇଁ ଆବେଦନ କରିବାର ସୁବିଧା ମିଳୁଛି । କିନ୍ତୟ ନିର୍ଦ୍ଦେଶ ଅନୁସାରେ ଏବେ ଏହି କେନ୍ଦ୍ରରେ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିବା ଆରମ୍ଭ କରିପାରିବେ । ଏହି ବ୍ୟବସ୍ଥା ଲାଗୁ ହେବାଦ୍ୱାରା ଲୋକଙ୍କୁୂ ଆରଟିଓ ଅଫସିର ଚକ୍କର କାଟିବା ପାଇଁ ପଡ଼ିବ ନାହିଁ । କେବଳ ଏତିକି ନୁହେଁ ଆରଟିଓ ଡ୍ରାଇଭିଙ୍ଗ ଲାଇସେନ୍ସ ନାମରେ ମନଇଚ୍ଛା ଆଦାୟ ଉପରେ ଲାଗିପାରିବ । ଜୁନ ମାସ ଆରମ୍ଭ ହେବା ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ ହେବାର ଆଶା କରାଯାଉଛି । ତେବେ ଏଥିପାଇଁ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ । ତେବେ ଏନେଇ କୌଣସି ଲିଖିତ ନିର୍ଦ୍ଦେଶ ଆସିନାହିଁ ବୋଲି ଆରଟିଓ ତରଫରୁ କୁହାଯାଉଛି । ତେବେ ଏପରିସ୍ଥଳେ ଜନ ସୁବିଧା କେନ୍ଦ୍ରରେ ଡିଏଲ୍ ଆବେଦନ କରିବା ଦ୍ୱାରା ସହରୀ କ୍ଷେତ୍ର ବ୍ୟତୀତ ଗ୍ରାମୀଣ କ୍ଷେତ୍ରର ଲୋକେ ଅଧିକ ଉପକୃତ ହେବେ ବୋଲି ଆଶାକରାଯାଉଛି ।