କନକ ବ୍ୟୁରୋ : ଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ବିଳମ୍ବ ହେବ । ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ୍ ଚଳାଚଳ ନେଇ ମୋଦୀ ୧.୦ ସରକାର ନିଷ୍ପତ୍ତି ନେଇଥିଲେ । ଏହି ହାଇ ସ୍ପିଡ୍ ରେଳପଥର ଦୈର୍ଘ୍ୟ ୫୦୮ କିମି । ମହାରାଷ୍ଟ୍ର ଏବଂ ଗୁଜରାଟରେ ଏଥିପାଇଁ ଜମି ୧୩୮୭ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ହେବ । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୫୩୭ ହେକ୍ଟର ବା ୩୯ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି ।

Advertisment

ଜମି ଅଧିଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିବା ସମୟସୀମା ଶେଷ ହୋଇ ସାରିଥିବାବେଳେ ସରକାର ମାତ୍ର ଏତିକି ଜମି ଅଧିଗ୍ରହଣ କରିବାକୁ ସକ୍ଷମ ହୋଇଛନ୍ତି । ଜାତୀୟ ହାଇସ୍ପିଡ ରେଳ ନିଗମ ଲିମିଟେଡର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ ଏହି ସୂଚନା ଦେଇଛନ୍ତି । ସମୁଦାୟ ଜମି ମଧ୍ୟରୁ ଗୁଜରାଟରେ ୯୪୦ ହେକ୍ଟର ଜମି ମଧ୍ୟରୁ ଜାତୀୟ ହାଇସ୍ପିଡ୍ ରେଳ ନିଗମ ଲିମିଟେଡ ୪୭୧ ହେକ୍ଟର ଏବଂ ମହାରାଷ୍ଟ୍ରରେ ୪୩୧ ହେକ୍ଟର ଭୂମି ମଧ୍ୟରୁ ୬୬ ହେକ୍ଟର ଭୂମି ଅଧିଗ୍ରହଣ କରିଛି ।

ଏତଦବ୍ୟତୀତ ଦାଦ୍ରା ଏବଂ ନଗର ହେବେଳିରେ ଅଧିଗ୍ରହଣ ହେବାକୁ ଥିବା ୯ ହେକ୍ଟର ଜମି ମଧ୍ୟରୁ ଗୋଟିଏ ହେକ୍ଟର ମଧ୍ୟ ସରକାର ଅଧିଗ୍ରହଣ କରିବାକୁ ସକ୍ଷମ ହୋଇନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜାପାନ ସରକାରଙ୍କ ସହଯୋଗରେ ଏହି ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ‌କରିବା ଯୋଜନା ରହିଛି । ୨୦୧୭ ସେ‌େପ୍ଟମ୍ବର ୧୪ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ନରେନ୍ଦ୍ର ମୋଦୀ ମିଳିତଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୨୦୨୨ ସୁଦ୍ଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।