୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ : ମହାଜଗତିକ ଦୃଶ୍ୟ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଆଦୌ ଦେଖନ୍ତୁ ନାହିଁ । ସମସ୍ତଙ୍କୁ ସତର୍କ କଲେ ବୈଜ୍ଞାନିକ । ଆସନ୍ତା ୨୬ରେ ବର୍ଷର ଶେଷ ସୂର୍ଯ୍ୟପରାଗ

କନକ ବ୍ୟୁରୋ : ଡିସେମ୍ବର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ । ଆଉ ଏହିଦିନ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟପରାଗ । ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ । ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ହେବ । ଏହି ମହାଜଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ । ସମଗ୍ର ଓଡିଶାରେ ଏହା ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଦେଖାଯିବ । ଓଡିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ ଏହି ସୂର୍ଯ୍ୟପରାଗ ।

ଓଡିଶାରେ ସର୍ବାଧିକ ପରାଗ ଦେଖାଯିବ ସକାଳ ୯ଟା ୪୬ମିନିଟ ସମୟରେ, ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧା ଖଣ୍ଡିଆ ଦେଖାଯିବ । ଏହା ଏକ ଅତ୍ୟନ୍ତ ମନୋରମ ତଥା ବିରଳ ଦୃଶ୍ୟ । ତେବେ ସୂର୍ଯ୍ୟପରାଗ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟୋରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର ପ୍ରସ୍ତୁତି ମଧ୍ୟ କରାଯାଉଛି ।

ସେହିପରି ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେବି କଲେଜ ପଡିଆରେ ସୂର୍ଯ୍ୟପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ । ତେଣୁ ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe