ଅନାଥ ପିଲାକୁ ସାହା ହେଲେ ମହିଳା ଅଧିକାରୀ : ମୃତଦେହ ନେବାକୁ କେହି ନଆସିବାରୁ ରୀତିନୀତି କରି ମୁଖାଗ୍ନି ଦେଲେ ଅଧିକାରୀ, ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ

665

କନକ ବ୍ୟୁରୋ : ଅନାଥ ପିଲା ବୋଲି ମୃତଦେହକୁ ଗ୍ରହଣ କଲେନାହିଁ ସଂପର୍କୀୟ । ଆଉ ଏପରି ସମୟରେ ମାନବିକତା ଦେଖାଇ ପିଲାକୁ ମୁଖାଗ୍ନି ଦେଇଛନ୍ତି ମହିଳା ଅଧିକାରୀ । କୋରାପୁଟର ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଓ ଶିଶୁ ମଙ୍ଗଳ ସମିତି ଅଧକ୍ଷା ଗାୟତ୍ରୀ ଦେବୀଙ୍କ ମହନୀୟତାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଜୟପୁର ଶିଶୁ ସଦନରେ ରହି ପାଠ ପଢୁଥିବା ଜୟଧର ଜାନୀ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜୟପୁର ଡାକ୍ତରଖାନାକୁ ନିଆଯାଇଥିଲା ।

ହେଲେ ଅନାଥ ହୋଇଥିବାରୁ ଜୟଧରଙ୍କ ମୃତ ଦେହ ନେବାକୁ କେହି ସଂପର୍କୀୟ ଆସିନଥିଲେ । ଏହି ଖବର ପାଇ ମେଡିକାଲରେ ପହଂଚି ଅନାଥ ଛାତ୍ରଟିର ଶବ ସତ୍କାର କରିବାକୁ ଅଟାଂ ଭିଡ଼ିଥିଲେ ୨ ମହିଳା  ଅଧିକାରୀ । ୧୫ ଦିନ ତଳେ ଭଲ ପାଠ ପଡ଼ି ଭଲ ମଣିଷ ହୋଇ ଅନ୍ୟକୁ ସାହାଯ୍ୟ କରିବାକୁ ଉପଦେଶ ଦେଇଥିଲେ । ଆଉ ଏବେ ଦୁଇ ଅଧିକାରୀ ଅଶ୍ରୁଳ ଆଖିରେ ରୀତି ନୀତି ଅନୁସାରେ ମୁଖାଗ୍ନୀ ଦେଇ ଜୟଧରଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ମୁଖାଗ୍ନି ଦେଇଥିଳେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ । ଏହି ଘଟଣା ଟି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଭରି ଦେଇଥିଲା ।

ପିଲାଟି ବେଳରୁ ବାପା ମଆଙ୍କୁ ହରାଇଥିବା ଜୟଧର ୭ ବର୍ଷ ହେଲା ଜୟପୁର ଶିଶୁ ସଦନ ଗୃହରେ ରହି ପାଠ ପଡ଼ୁଥିଲା । ଅନାଥ ଛାତ୍ର କାହିଁକି ଆତ୍ମହତ୍ୟା କଲା ତାହା ତଦନ୍ତ ପରିସରରେ ରହିଥିବା ବେଳେ ଶବ ସତ୍କାରର ପାଇଁ ଯେଭଳି ମାନବିକତା ଦେଖାଇଲେ ଜିଳ୍ଳାର ୨ ମହିଳା ଅଧିକାରୀ, ତାହା ବେଶ ପ୍ରଶଂସନୀୟ  । ଘଟଣା ଟି ଯେତିକି ହୃଦୟ ସ୍ପର୍ଶୀ ସେତିକି କଷ୍ଟ ଦାୟକ ।