ଅମିତ ଶାହାଙ୍କ ଓଡିଶା ଗସ୍ତର ଶେଷ ଦିନ ! ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କର ମହାସମାବେଶ, ଜନତା ମଇଦାନରେ ସଫଳତାର ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ

34

କନକ ବ୍ୟୁରୋ : ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତର ଶେଷ ଦିନ । ଭୁବନେଶ୍ୱର ଜନତା ମଇଦାନରେ ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ମହାସମାବେଶରେ ଶାହାଙ୍କ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ସମସ୍ତ ବୁଥରୁ ପ୍ରାୟ ଏକ ଲକ୍ଷ କର୍ମୀ ଏହି ସମାବେଶରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ଆକଳନ କରିଛି । ପୂର୍ବରୁ ଅମିତ ଶାହା ରାଜ୍ୟର ନେତାମାନଙ୍କୁ ଦଳର ସଂଗଠନକୁ ମଜଭୁତ୍ କରିବା ନେଇ ଦିନ ତମାମ ଟ୍ୟୁସନ କରିଥିଲେ ।

Amit-Shah_ତେବେ ଗତକାଲି, କେନ୍ଦ୍ରୀୟ ଅବହେଳାର ନାରା ଦେଉଥିବା ବିଜେଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଅନୁଦାନର ହିସାବ ଦେଇଛନ୍ତି ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କହିଛନ୍ତି, ମୋଦିଙ୍କ ସମୟରେ କେନ୍ଦ୍ର ସରକାର ହାତ ଖୋଲି ଦେଇଛନ୍ତି । ଓଡିଶାକୁ ଗତ ତିନି ବର୍ଷରେ ଚାରି ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛି କେନ୍ଦ୍ର । ସେପଟେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଜବାବ ଦେଇଥିଲା ବିଜେଡି । ବିଜେଡି କହିଥିଲା ଓଡିଶାର ଟଙ୍କା ଓଡିଶାକୁ ମିଳିଛି । ଯେଉଁ କେନ୍ଦ୍ରୀୟ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନିର୍ବାଚନୀ ଯୁଦ୍ଧରେ ମୁଖ୍ୟ ଅସ୍ତ୍ର କରୁଥିଲା ଶାସକ ବିଜେଡି, ଗତକାଲି ତାରି ଉପରେ ସିଧାସଳଖ ଆକ୍ରମଣ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ରୀୟ ଅନୁଦାନର କଚ୍ଚା ଚିଠା ଖୋଲିଦେଇ, ବିଜେଡିକୁ ଅଡୁଆ ସ୍ଥିତିରେ ପକାଇ ଦେଇଥିଲେ ଅମିତ ଶାହା ।

amit sahaଚତୁର୍ଦ୍ଦଶ ଅର୍ଥ କମିଶନ ଜରିଆରେ ଓଡ଼ିଶାକୁ ବହୁ ଗୁଣରେ ଅଧିକ ଅର୍ଥ ଦିଆଯାଉଥିବା ଅମିତ ଶାହା ସମ୍ବାଦିକ ସମ୍ମିଳନୀରେ ଗତକାଲି କହିଥିଲେ  । ଏହାର ଜବାବରେ ବିଜେଡି କହିଥିଲା -ଆମରି ପଇସା ଆମକୁ ଦିଆଯାଉଛି । ଅମିତ ଶାହାଙ୍କ ଏହି ଆକ୍ରମଣର ଜବାବ୍ ରଖିବା ପାଇଁ ସମ୍ମାଦିକ ସମ୍ମିଳନୀ ଜରିଆରେ ଓହ୍ଲାଇ ଆସିଥିଲେ ବିଜୁ ଜନତା ଦଳର ୟଙ୍ଗ ବ୍ରିଗେଡ୍ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀର ଜବାବ୍ ରଖିଥିଲେ ଓଡ଼ିଶାରେ ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ଅବହେଳାର ନାରା, ଆଂଚଳିକ ଦଳ ବିଜେଡିକୁ ବେଶ ସହାୟକ ହେଉଥିବାରୁ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ନବୀନଙ୍କ ବିରୋଧରେ ଏହି ହିସାବ-କିତାବର ଅସ୍ତ୍ର ଛାଡ଼ିଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ, ବିଳମ୍ବ ନକରି ପାଲଟା ବାଣ ଛାଡ଼ିଥିଲା । କିନ୍ତୁ ଲକ୍ଷ ଲକ୍ଷ କୋଟିର ଏସବୁ ହିସାବକୁ ଯେମିତି ଉପହାସ କରୁଛି ଓଡ଼ିଶାର ଦାରିଦ୍ର୍ୟ ।