କନକ ବ୍ୟୁରୋ : ସିସିଟିଭିରେ କଏଦ ଲ୍ୟାଣ୍ଡମାଇନ ବିସ୍ଫୋରଣର ଲାଇଭ୍ ଦୃଶ୍ୟ । ବିଜାପୁର ସିଆରପିଏଫ୍ କ୍ୟାମ୍ପ ନିକଟରେ ୪ଦିନ ତଳେ ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଉକ୍ତ ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ବିସ୍ଫୋରଣ କେତେ ଭୟଙ୍କର ଥିଲା । ଘଟଣାଦିନ ବିଜାପୁର ଜଙ୍ଗଲିଆ ରାସ୍ତା ଦେଇ ଏକ ଟ୍ରକ ଆସୁଥିଲା ।
ଆଉ ସେହି ସମୟରେ ଅଚାନକ ମାଓବାଦୀଙ୍କ ଦ୍ୱାରା ଖଂଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ବିସ୍ଫୋଣରଣର ଗର୍ଜନରେ ସମଗ୍ର ଅଂଚଳ ଥରି ଉଠିବା ସହ ପୁରା ଅଂଚଳ ଧୂଆଁମୟ ହୋଇଯାଇଥିଲା । ବିସ୍ଫୋରଣ ଯୋଗୁଁ ଗାଡିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ଉକ୍ତ ବିସ୍ଫୋରଣରେ ସେହି ସ୍ଥାନରେ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବାନ ବ୍ରଜମୋହନ ବେହେରା ଶହୀଦ୍ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/PHOTO-01000104.jpg)