ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ କୋବ୍ରା ଜବାନ ସହିଦ

37

କନକ ବ୍ୟୁରୋ : ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଛତିଶଗଡ ସୁକମା ଜିଲ୍ଲା ତେମେଲୱାଡାରେ ଘଟିଥିବା ବିସ୍ଫୋରଣରେ ଜଣେ କୋବ୍ରା ଜବାନ ସହିଦ ହୋଇଛନ୍ତି । ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଥିଲେ ଯବାନ । ସୁକମା ଅଂଚଳରେ ମାଓ କାର୍ଯ୍ୟକଳାପ ବଢିବା ସୁରକ୍ଷା କର୍ମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୋଲାମପାଲ୍ଲୀ ଥାନା ଅନ୍ତର୍ଗତ ତାମିଲଓ୍ଵାଡ଼ାରେ ଥିବା କୋବ୍ରା ବାଟାଲିୟାନ କ୍ୟାମ୍ପର ଦୋର୍ଣ୍ଣାପାଲକୁ ସ୍ଥାନାନ୍ତର ହେଉଥିବା ବେଳେ କୋବ୍ରା ବାଟାଲିୟାନ ସବ୍ ଇନ୍ଓପେକ୍ଟର ରାଜେଶ କୁମାର ବିନ୍ଦ ଓ ମାନିକ ନାମକ ଅନ୍ୟ ଜଣେ କନଷ୍ଟେବଳ ସକାଳ ୭ଟା ୪୫ ମିନିଟ ସମୟରେ ବାଇକ ଯୋଗେ ଦୋର୍ଣ୍ଣାପାଲକୁ ଯାଉଥିଲେ । ଏହି ସମୟରେ ପୁସଓ୍ଵାରଲଙ୍କଡ଼ ଏଙ୍କା ଗାଁ ନିକଟରେ ଥିବା ଏକ ବ୍ରିଜ୍ ତଳେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ଘଟିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ରାଜେଶ ଓ ମାନିକଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ରାଜେଶ କୁମାର ବିନ୍ଦଙ୍କର ମୃତ୍ୟୁ ଘଟିଛି ।