ଯେକୌଣସି ମୁହୂର୍ତ୍ତରେ ଭୀଷଣ ରୂପ ଧାରଣ କରିପାରେ ଫୋନି ! ପୁରୀ ଆଡ଼କୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା

351

କନକ ବ୍ୟୁରୋ : ସକାଳୁ ସକାଳୁ ଯେ କୌଣସି ମୁହୂର୍ତରେ ଅତି ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ପୁରୀ ଠାରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ବାତ୍ୟା ଫୋନି । ସକାଳ ୮ଟାରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି । ଦିନ ୧୨ଟାର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପକ୍ରିୟା ଜାରି ରହିବ ।

‘ଫନି’ ପୂରା ସ୍ଥଳଭାଗକୁ ଆସିବା ପରେ ତାର ପ୍ରକୋପ କମିବା ଆରମ୍ଭ କରିବ। ହେଲେ ଏହି ପ୍ରକ୍ରିୟା ଶେଷ ହେବା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗିଯାଇପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ହିସାବ ଅନୁସାରେ ଏହା ସକାଳ ୮ଟାରୁ ଆରମ୍ଭ ହୋଇ ୧୨ଟା ପର‌୍ୟ୍ୟନ୍ତ ଚାଲିପାରେ। ତେବେ ଗତକାଲିଠାରୁ ଫୋନିର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିସାରିଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ବହୁ ଜୋରରେ ପବନ ମଧ୍ୟ ବହୁଛି ।

ବାତ୍ୟା ସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଜାହାଜ ପଠାଇଛି ନୌସେନା । ଅନ୍ୟପଟେ ବାତ୍ୟା ସ୍ଥିତିର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।