ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅସୁସ୍ଥ ଆରଜେଡ଼ି ସୁପ୍ରିମୋ ଲାଲୁ : ନା ଠିକରେ ଖାଉଛନ୍ତି, ନା ଶୋଉଛନ୍ତି

413

କନକ ବ୍ୟୁରୋ : ଲେକାସଭା ନିର୍ବାଚନରେ ଶୋଚନୀୟ ପରାଜୟର ପ୍ରଭାବ ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କୁ ସ୍ୱାସ୍ଥ୍ୟ ଉପରେ ପଡ଼ିଛି । ପରାଜୟରେ ମର୍ମାହତ ହୋଇ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାଦ ଦେଉନାହାନ୍ତି ଲାଲୁ । ଡେଲି ରୁଟିନରେ ଅବହେଳା ଯୋଗୁଁ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି । ଲାଲୁଙ୍କ ଏପରି ଅବସ୍ଥା ଦେଖି ଲାଲୁ ଯାଦବଙ୍କ ପୁରା ପରିବାର ଓ ସମଥକ୍ଷ୍ଣଳ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି ।

ଲାଲୁ ଯାଦବ ନାଁ ଠିକରେ ଶୋଉଛନ୍ତି, ନା ଠିକରେ ଖାଇବା ଖାଉଛନ୍ତି ବୋଲି ଡାକ୍ତର  କହିଛନ୍ତି । ବିଷାଦଗ୍ରସ୍ତ ହୋଇ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡ଼ଇବାରେ ଲାଗିଛି । ଫଳରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯିବାପରେ ବାଧା ଉପୁଜିଛି। ଡାକ୍ତର ଉମେଶ ପ୍ରସାଦଙ୍କ ଅନୁସାରେ ମାନସିକ ଉତ୍ତେଜନା ହେତୁ ତାଙ୍କର ଏଭଳି ସ୍ଥିତି ଉପୁଜିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଲୁଙ୍କୁ ଯେତେ ବୁଝାଇଲେ ବି ସେ ବୁଝୁ ନାହାଁନ୍ତି । ଯଦିଓ ଲାଲୁ ପ୍ରସାଦ ଯାଦବଙ୍କର ରକ୍ତଚାପ ସୁଗାର୍‌ ଠିକ୍‌ ଅଛି, ତଥାପି ଯଦି ସେ ଖାଇବା ପିଇବା ଓ ଶୋଇବା ଛାଡ଼ିଦେଲେ ସ୍ଥିତି ସଂକଟାପନ୍ନ ହୋଇପାରେ।

ଲାଲୁ ପ୍ରସାଦ ଯାଦବ ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ସକାଳ ୮ଟାରୁ ଟେଲିଭିଜନ୍‌ ଦେଖୁଥିଲେ। କିନ୍ତୁ ଯେମିତି ଫଳାଫଳର ସ୍ପଷ୍ଟ ରୂପ ଆସିଗଲା,ସେମିତି ତାଙ୍କ ଚେହେରାରେ ଉଦାସୀନତା ଦେଇଥିଲା । ଦ୍ୱିପ୍ରହରରେ ସେ ଭାରାକ୍ରାନ୍ତ ହୋଇ ଟିଭି ବନ୍ଦ କରି ଶୋଇବାକୁ ଚାଲିଯାଇଥିଲେ ବୋଲି ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ।