ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ଇଜ୍ଜତ ସହ ଖେଳ : ବାଲିଆପାଳ କୃଷ୍ଣଭାନୁ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗୁୁରୁତର ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ

2,285

କନକ ବ୍ୟୁରୋ : ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ଇଜ୍ଜତ ସହ ଖେଳ । ଆଉ ସ୍କୁଲ ପ୍ରଧାନଶିକ୍ଷକଙ୍କ ଶିକ୍ଷୟିତ୍ରୀଙ୍କ ଉପରେ ପାପ ନଜର । ଏଭଳି ଏକ ଘଟଣା ଘଟିଛି ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ । ସଂପୃକ୍ତ ଶିକ୍ଷୟିତ୍ରୀ କରିଥିବା ଅଭିଯୋଗ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରିଆସୁଛନ୍ତି । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଛନ୍ତି । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଭାବେ ସ୍ପର୍ଶ କରିବାକୁ ବି ପଛାଉନାହାନ୍ତି ।

ଚାକିରି କରୁଥିବା ଶିକ୍ଷୟିତ୍ରୀ ଜଣକ ଏ ନେଇ ବାରମ୍ବାର ପ୍ରତିବାଦ କଲେ ବି ପ୍ରଧାନଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କାହାକୁ ଖାତିର କରୁନାହାନ୍ତି । ଶିକ୍ଷୟିତ୍ରୀଜଣକ କହିଛନ୍ତି, ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ବ୍ଲକ ଶିକ୍ଷାଧିକାରୀ କହିଥିଲେ, ଆପୋଷ ବୁଝାମଣା କରିନିଅ । ଏଭଳି ଏକ ସ୍ଥିତିରେ ଅସହାୟ ସଂସ୍କୃତ ଶିକ୍ଷୟିତ୍ରୀ କଣ କରିବେ ବୁଝିପାରୁନାହାନ୍ତି । କାନ୍ଦି କାନ୍ଦି କନକ ନ୍ୟୁଜ୍ ଷ୍ଟୁଡ଼ିଓରେ ଦୁଃଖ ବଖାଣିବା ସହ ସରକାରୀ ସହୟତା ଭିକ୍ଷା କରିଛନ୍ତି ।