ଏପଟେ ଚାଲିଥିଲା ଉଦ୍ଧାର, ସେପଟେ ନଦୀକୁ ଡେଇଁ ପଡିଲେ ମହିଳା : ଆତ୍ମହତ୍ୟା ପାଇଁ କୁଆଖାଇକୁ ଡେଇଁପଡିଲେ ପୂର୍ବତନ ହୋମଗାର୍ଡ

22

କନକ ବ୍ୟୁରୋ : କୁଆଖାଇ ନଦୀରେ ଏପଟେ ଚାଲିଥିଲା ସ୍କୁଲ ପିଲାଙ୍କୁ ଉଦ୍ଧାର । ଆଉ ସେପଟେ ଘଟିଥିଲା ଆଉ ଏକ ଅଭାବନୀୟ ଘଟଣା । ଅଚାନକ୍ ନଦୀକୁ ଡେଇଁ ପଡିଥିଲେ ଜଣେ ମହିଳା । ତେବେ ଠିକ ସମୟରେ ଉଦ୍ଧାରକାରୀ ଦଳ ମହିଳାଙ୍କ ନିକଟରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ପୁରା ଘଟଣାକୁ କଏଦ କରିଥିଲା କ୍ୟାମେରା ।

କୁଆଖାଇରେ ବୁଡିଯାଇଥିବା ସ୍କୁଲ ପିଲାଙ୍କୁ ଖୋଜି ବାହାର କରୁଥିଲେ ଅଗ୍ନିଶମ ବିଭାଗର ଅଧିକାରୀ । ଆଉ ଠିକ ଏତିକି ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ପାଣିକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଡେଇଁ ପଡିବାପରେ ମଝି ନଇରେ କେବଳ ମୁଣ୍ଡ ହିଁ ଦେଖାଯାଉଥିଲା । ଏହି ଦୃଶ୍ୟ ଦେଖିବା ପରେ କନକ ଟିଭିର ରିପୋର୍ଟର ଉଦ୍ଧାରକାରୀ ଦଳଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଆରମ୍ଭ ହେଲା ରେସକ୍ୟୁ ଅପରେସନ । ନିଖୋଜ ବାଳକକୁ ଉଦ୍ଧାର କରୁଥିବା ଅଗ୍ନିଶମ ବିଭାଗର ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ଛାଡି ତୁରନ୍ତ ମହିଳା ଜଣଙ୍କ ଡେଇଁଥିବା ସ୍ଥାନକୁ ମାଡିଯାଇଥିଲେ । କିଛି ସମୟ ମଧ୍ୟରେ ଉକ୍ତ ମହିଳାଙ୍କ ନିକଟରେ ପହଂଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ତୁରନ୍ତ ଏହି ମହିଳାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସୂଚନା ମୁତାବକ ଉକ୍ତ ମହିଳା ଜଣଙ୍କ ହୋମଗାର୍ଡ ରୂପେ କାର୍ଯ୍ୟରତ ଥିଲେ । ୪ ବର୍ଷ ତଳେ ତାଙ୍କୁ ସମପେଣ୍ଡ କରାଯାଇଥିଲା । ସେଥିପାଇଁ ସେ ମାନସିକ ଚାପରେ ଥିଲେ ।