ଘନ କେଶ ପାଇବା ପାଇଁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଭେଣ୍ଡି . . . . .

1,188

ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜି କାଲି ଝିଅମାନେ ପାର୍ଲର ଯିବାସହ ପ୍ରାକୃତିକ ଉପଚାର ଆପଣାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଆପଣ ୟୁଟ୍ୟୁବ୍ ଓ ନେଟରେ ବହୁତ ବ୍ୟୁଟି ବ୍ଲଗ ଦେଖୁଥିବେ । ଆଉ ସେସବୁ ଦେଖି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଉଥିବେ । ତେବେ ଭେଣ୍ଡିକୁ ଆପଣ ଏକ ପରିବା ରୂପେ ଜାଣନ୍ତି । କିନ୍ତୁୁ ଭେଣ୍ଡିକୁ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରୁଥିବା କଥା କେବେ ଶୁଣିଛନ୍ତି କି ? ତ୍ୱଚା କଥା ହେଉ କି କେଶକୁ ଘନ କରିବା ପାଇଁ ଭେଣ୍ଡି ବହୁ କାମରେ ଆସେ । ଭେଣ୍ଡିରେ ଭିଟାମିନ୍ ଏ, ସି ଓ କେ ଭରପୁର ମାତ୍ରାରେ ଥାଏ । କେବଳ ଏତିକି ନୁହେଁ ଭେଣ୍ଡିରେ ଅଧିକ ମାତ୍ରାରେ କପର , ଜିଙ୍କ୍,  ପଟୋସିୟମ ମିଳେ । ଯାହା କେବଳ ତ୍ୱଚାର କେଶର ଚମକ ବଢ଼ାଏନି ଖରାପ କେଶକୁ ମଧ୍ୟ ସୁଧାରେ । ତେବେ ଭେଣ୍ଡିକୁ କେଶରେ କିପରି ଉପଯୋଗ କରିବେ ଆସନ୍ତୁ ଜାଣିବା . . .

କେଶରେ ଭେଣ୍ଡି କେଶ ମାସ୍କର ବ୍ୟବହାର –
କେଶରେ ଭେଣ୍ଡି ମାସ୍କର ଉପଯୋଗ କରିବା ପାଇଁ ଭେଣ୍ଡିକୁ କାଟି ଗରମ ପାଣିରେ କିଛିିି ସମୟ ପର୍ଯ୍ୟନ୍ତ ରଖନ୍ତୁ । ଏବଂ ଏହାକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ । ଏବେ ଏହି ପାଣିକୁ ଛାଣି ଏକ ବାସନରେ ରଖନ୍ତୁ ଏବଂ ଏଥରେ ଲେମ୍ବୁ ରସ ମିଶାନ୍ତୁ ଏବଂ ନିଜ କେଶରେ ଲଗାନ୍ତୁ । କିଛି ସମୟ ରଖି କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶର ଚମକ ବଢ଼େ ।

ରୁକ୍ଷତାରୁ ରକ୍ଷା କରେ ଭେଣ୍ଡି –
ଆପଣଚ୍ଚଙ୍କ କେଶ ରୁକ୍ଷ ଯୋଗୁଁ ଆପଣ ଚିନ୍ତିତ କି ? ତେବେ ଚିନ୍ତା କରିବାର କିଛି ନାହିଁ । ଏଥିପାଇଁ ବି ଆପଣ ଭେଣ୍ଡିର ବ୍ୟବହାର କରିପାରିବେ । ଏଥିପାଇଁ ୮ରୁ ୯ଟି ଭେଣ୍ଡି ନେଇ ତାକୁ ପାଣିରେ ସିଝାନ୍ତୁ ଏବଂ ଏଥିରେ ୧ ଚାମଚ ମହୁ ମିଶାନ୍ତୁ । ତା’ପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକ କେଶରେ ଲଗାନ୍ତୁ । ଏବଂ ଅଧାଘଂଟଠା ପାଇଁ ଛାଡ଼ି ପାଣିରେ ଧୋଇ ଦିଅନ୍ତୁ । ତେବେ ଭେଣ୍ଡିର କେଶ ମାସ୍କ ରୁକ୍ଷତାରୁ ରକ୍ଷା କରେ ।