କନକ ବ୍ୟୁରୋ : ରାୟଗଡାରେ ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟସେବାର ଚିତ୍ର । ଆମ୍ବୁଲାନସ ନ ମିଳିବାରୁ ଗର୍ଭବତୀଙ୍କୁ ବୋହି ଭରା ନଈ ପାର ହୋଇଛନ୍ତି ସମ୍ପର୍କୀୟ ଓ ଗାଁ ଲୋକେ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଂଚାୟତ ଅନ୍ତର୍ଗତ ତଳସଜା ଗାଁରେ ଏହି ଘଟଣା ଘଟିଛି । ଗାଁର ଆଙ୍କୁ ମଣିଆକାଙ୍କୁ ସୋମବାର ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ସମ୍ପର୍କୀୟ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ । କିନ୍ତୁ କଲ୍ୟାଣସିଂହପୁରରେ ଆମ୍ବୁଲାନସ ମିଳିନଥିଲା ।
ପ୍ରବଳ ବର୍ଷା ହୋଇଥିବାରୁ ଗାଁ ନିକଟରେ ଥିବା ନାଗାବଳୀ ନଦୀରେ ଅଧିକ ପାଣିଥିଲା । ତା ସତ୍ୱେ ସମ୍ପର୍କୀୟ ଆଙ୍କୁଙ୍କୁ ଏକ ଷ୍ଟ୍ରେଚରରେ ଧରି ପାଣି ସ୍ରୋତ କାଟି ଜୀବନକୁ ବିପନ୍ନ କରି ନଦୀ ପାର ହୋଇଥିଲେ । ସୌଭାଗ୍ୟବଶତଃ ଏହି ସମୟରେ କୂଳରେ ଲାଗିଥିଲା କଲ୍ୟାଣସିଂହପୁର ଡାକ୍ତରଖାନାର ବାଲ ବିକାଶ ଯୋଜନା ଗାଡି । ଏହି ଗାଡିରେ ସଂପୃକ୍ତ ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ଆଙ୍କୁ ମଣିଆକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ମା ଓ ଶିଶୁ ଏବେ ସୁସ୍ଥ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/Screen-shot-2017-07-11-at-8.11.20-AM.png)