କନକ ବ୍ୟୁରୋ : ସୁନ୍ଦରଗଡରେ ତାତିଲେ ରାଜ୍ୟ ବାହାରର ଶ୍ରମିକ । ସରକାରୀ ବ୍ୟବସ୍ଥାରେ ନିଜ ରାଜ୍ୟକୁ ପଠାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି ଶ୍ରମିକ । କରୋନା କଟକଣା ଯୋଗୁଁ ତାଲା ବନ୍ଦ ଘୋଷଣା ହେବା ଦିନ ଠାରୁ କାମ ଧନ୍ଦା ନାହିଁ । ସୁନ୍ଦରଗଡ ସିଭିକ ସେଂଟରରେ ହୋଇଥିବା ଅସ୍ଥାୟୀ କ୍ୱାରେନଟିନ୍ ସେଂଟରରେ ପ୍ରାୟ ୮୦ ଜଣ ଶ୍ରମିକଙ୍କୁ ରଖାଯାଇଛି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଅଂଚଳର ଶ୍ରମିକ ସୁନ୍ଦରଗଡରେ ଫସି ରହିଛନ୍ତି ।
ତେବେ ଏବେ ପୁଣି ତୃତୀୟ ଥର ତାଲା ବନ୍ଦ ହେବାରୁ ଶ୍ରମିକମାନେ ଘରକୁ ଫେରିବା ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି । ତେବେ ଶ୍ରମିକମାନେ ନିଜ ନିଜ ବ୍ୟବସ୍ଥାରେ ଘରକୁ ଫେରିବା ପାଇଁ କହିବା ପରେ ଶ୍ରମିକମାନେ ତାତି ଯାଇଛନ୍ତି । ଏବଂ ଉପଜିଲ୍ଲାପାଳଙ୍କ ଅଫିସରେ ପହଁଚି ଘରକୁ ଫେରିବାକୁ ଦାବି କରିଛନ୍ତି । ଶ୍ରମିକମାନେ ଉପଜିଲ୍ଲାପାଳଙ୍କୁ ଘେରାଉ କରିବା ପରେ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପଳ ।