ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ବିଜେପିରେ ବଢୁଛି ଅଭିମାନୀ ନେତାଙ୍କ ତାଲିକା । କେତେବେଳେ କିଏ ରୁଷୁଛନ୍ତି ତ ପୁଣି କେତେବେଳେ ଖୋଲାଖୋଲି ବିଷୋଦଗାର କରୁଛନ୍ତି । ଆଉ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି, ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ । ରାଜ୍ୟ ବିଜେପିର ପଦାଧିକାରୀଙ୍କ ବୈଠକରେ ପାଟଣାଗଡର ରାଜାଙ୍କ ଅଭିମାନ ଦେଖିବାକୁ ମିଳିଥିଲା । ବୈଠକ ବେଳେ ପଛ ସିଟରେ କେଭି ସିଂଦେଓଙ୍କୁ ବସିଥିବାର ଦେଖିବାକୁ ମିଳିଥିଲା । ଆଉ ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା ଦଳ ଉପରେ ରୁଷିଛନ୍ତି ରାଜା ।ମାନଭଂଜନ ପାଇଁ ନେତା ଉଦ୍ୟମ କରି ସଫଳ ବି ହେଲେ । ତେବେ ଏହାରି ଭିତରେ କିନ୍ତୁ ସ୍ପଷ୍ଟ ବାରି ହୋଇଯାଇଥିଲା ଦଳ ଭିତରେ କୁହୁଳୁଥିବା କନ୍ଦଳ ।
ଏହା ସହ ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-08-18h31m48s589.png)