କୁନ୍ଦୁଲି ପୀଡିତାଙ୍କ ଚିକିତ୍ସା ପଛରେ କଣ ରହିଛି ରହସ୍ୟ ? କଟକ ବଡ ଡାକ୍ତରଖାନାର କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ

20

କନକ ବ୍ୟୁରୋ : ଯବାନଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା କୋରାପୁଟର କୁନ୍ଦୁଲି ପୀଡିତାଙ୍କ ଚିକିତ୍ସା ପଛରେ କଣ ରହିଛି ରହସ୍ୟ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଣାଯାଇଛି ସାଂଘାତିକ ଅଭିଯୋଗ । ପରିବାର ପକ୍ଷରୁ କୁହାଯାଇଛି ନାବାଳିକାକୁ କଟକ ବଡ ମେଡ଼ିକାଲରେ ନଜରବନ୍ଦୀ କରି ରଖାଯାଇଛି । ପୀଡିତାଙ୍କ ମା କହିଛନ୍ତି ସେମାନଙ୍କ ଝିଅକୁ ଛାଡ଼ିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତ ନୁହନ୍ତି । ଅନ୍ୟପଟେ ଝିଅକୁ ନେବା ପାଇଁ ଧାରଣାରେ ବସିଛନ୍ତ ମା-ବାପା । ଆଜିକୁ ଧାରଣା ୪ଦିନରେ ପହଁଚିଛି । କଟକ ବଡ ମେଡ଼ିକାଲର ଡାକ୍ତର କହୁଛନ୍ତି, ନାବାଳିକାକୁ ମାନସିକ ଚିକିତ୍ସା ଜରୁରୀ । କିନ୍ତୁ ପରିବାର ଲୋକେ କହୁଛନ୍ତି, ଝିଅ ସଂପୂର୍ଣ୍ଣ ଭଲ ଅଛି ଏବଂ ତାଙ୍କୁ ପାଗଳୀ କରିବା ପାଇଁ ଉଦ୍ୟମ କରାଯାଉଛି ।