କୁନ୍ଦୁଲିି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ଉପରେ ଚାପ ! ବୟାନ ବଦଳାଇବା ପାଇଁ ନାଲିଆଖି ଦେଖାଉଛି ପୁଲିସ, କ୍ୟାମେରା ସାମ୍ନାରେ ଗୁମର ଖୋଲିଲେ ନାବାଳିକା

34

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ଉପରେ ପଡୁଛି ଚାପ । ବୟାନ ବଦଳାଇବା ନେଇ ପୁଲିସ ପୀଡିତାଙ୍କୁ ଧମକାଥିବା ପୀଡିତା କହିଛନ୍ତି । କନକ ନ୍ୟୁଜର ଅନୁସନ୍ଧାନ ମୂଳକ ଅପରେସନରେ ପୀଡିତା ଏନେଇ ମୁହଁ ଖୋଲିଛନ୍ତି । ଏପରିକି ଯଦି ଥାନାରେ ମାମଲା ଥାଆନ୍ତା ପୀଡିତାଙ୍କୁ ମାଡ ମାରି ସତ ବାହାର କରିଥାନ୍ତେ ବୋଲି ପୁଲିସ କହୁଛି । ଏହି ମାମଲାକୁ ୧୪ ଦିନୁ ବିତିଯାଇଥିଲେ ମଧ୍ୟ ପୁଲିସ ଏଯାଏଁ କାହାରିକୁ ଗିରଫ କରିନାହିଁ । ପୀଡିତାଙ୍କର ଜଣେ ସଂପର୍କୀୟ ଭାଇଙ୍କୁ ଏହି ମାମଲାରେ ପୁଲିସ ଅଟକ ରଖି ଲାଇ ଡିଟେକ୍ସନ ଟେଷ୍ଟ ପରେ ଛାଡିଦେଇଛି । ତୁରନ୍ତ ନ୍ୟାୟ ଦେବାକୁ ପୀଡିତାଙ୍କ ପରିବାର ଲୋକ ଦାବି କରିଛନ୍ତି । ଜୟପୁର ନାବାଳିକା

ସୂଚନାଯୋଗ୍ୟ ଆଜିଠାରୁ ୧୩ ଦିନ ପୂର୍ବରୁ ୧୫ ବର୍ଷୀୟ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ୪ ଜଣ ଯବାନ୍ । ନାବାଳିକା ଜଣକ ସ୍କୁଲ୍ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ନିକଟସ୍ଥ ହାଟକୁ ଆଧାରକାର୍ଡ ଜେରକ୍ସ କରିବା ପାଇଁ ଗଲାବେଳେ ଏପରି କୁକର୍ମ କରିଥିଲେ ଜବାନମାନେ । ଜଣେ ପରେ ଜଣେ ୪ଜଣ ଦୁଷ୍କର୍ମ କରିବା ପରେ ଅଚେତ୍ ଅବସ୍ଥାରେ ନାବାଳିକା ଜଣକ ପଡିରହିଲେ । ଏବଂ କିଛି ସମୟ ପରେ ଚେତା ଆସିବା ପରେ କୈାଣସି ପ୍ରକାରେ ଘରକୁ ଫେରିଲେ ଓ ସବୁ କଥା କହିବା ପରେ ନିକଟସ୍ଥ ପଟାଙ୍ଗୀ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଏବେ ନାବାଳିକାଙ୍କୁ ଚାପ ପକାଇବା ଘଟଣା ସାମ୍ନାକୁ ଆସିଛି ।