ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ କୁମାରସ୍ୱାମୀ ! ସରକାରର ରୂପରେଖ ନେଇ ଆଲୋଚନା

34

କନକ ବ୍ୟୁରୋ : ଶପଥ ଗ୍ରହଣ ପୂର୍ବରୁ ସରକାର ଭାଗବଂଟା ନେଇ ଚୂଡାନ୍ତ କରିବାକୁ ଦିଲ୍ଲୀରେ ପହଂଚିଥିବା ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଚୋଲନା କରିବେ । କଂଗ୍ରେସର ନିଃସର୍ତ ସମର୍ଥନରେ କୁମାରସ୍ୱାମୀ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ କଂଗ୍ରେସକୁ କ୍ୟାବିନେଟରେ ସିଂହଭାଗ ମିଳିବା ସମ୍ଭାବନା ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲାଚନା ପରେ ନିଷ୍ପତି ହେବ । ସେପଟେ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଆସନ ମିଳିପାରେ । ଏପରିକି ଲିଙ୍ଗାୟତ ଓ ଭୋକାଲିଗା ବିବାଦକୁ ସମାଧାନ କରିବା ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି ।

ବୁଧବାର ଶପଥ ସମାରୋହ ଯାଏଁ ଉଭୟ କଂଗ୍ରେସ ଓ ଜେଡିଏସ ବିଧାୟକମାନଙ୍କୁ ଏକାଠି ରଖିବା ଲାଗି ଦୁଇଟି ହୋଟେଲ ଓ ରିସୋର୍ଟରେ ରଖାଯାଇଛି । ବୁଧବାର କୁମାରସ୍ୱାମୀ ଶପଥ ନେବାର ୨୪ ଘଂଟା ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଓ ଏହାପରେ ମନ୍ତ୍ରିମଣ୍ଡଳ ଶପଥ ନେବାର ସଂକେତ ମିଳିଛି । ସେପେଟେ ଆଜି ଦିଲ୍ଲୀରେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟ କରିଛନ୍ତି । କୁମାରସ୍ୱାମୀଙ୍କ ଶପଥ ସମାରୋହରେ ୧୧ଟି ଅଣବିଜେପି ଦଳର ନେତା ଓ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବା ଚର୍ଚ୍ଚା ହେଉଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଣବିଜେପି ଦଳଗୁଡିକୁ ଏକାଠି କରିବା ଲାଗି ଏହାଠାରୁ ପ୍ରୟାସ ଆରମ୍ଭ କରିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ସେପଟେ କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ୍ ମେଂଟ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କଂଗ୍ରେସ ଓ ଜେଡିଏସର ଏହା ଅସାଧୁ ମେଂଟ ବୋଲି ଶାହ କହିଛନ୍ତି । ଦୁଇ ଦଳ ଜନମତ ବିରୋଧରେ ଏହି ମେଂଟ ଗଠନ କରିଛନ୍ତି । ସିଦ୍ଧରମେୟା ସରକାରକୁ ଟାର୍ଗେଟ କରି ଅମିତ୍ କହିଛନ୍ତି କର୍ଣ୍ଣାଟକବାସୀ କଂଗ୍ରେସ ବିରୋଧରେ ଭୋଟ୍ ଦେଇଛନ୍ତି । ଏବଂ ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିବା ଯୋଗୁଁ ବିଜେପି ସରକାର ଗଠନ ପାଇଁ ଦାବି ଜଣାଇ ଥିଲା ବୋଲି ଶାହ କହିଛନ୍ତି ।

କିନ୍ତୁ ଜନମତ ବିରୋଧରେ ଯାଇ ଜେଡିଏସକୁ କଂଗ୍ରେସ ସମର୍ଥନ ଦେଇଛି । ଯଦି ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କଂଗ୍ରେସ ତାର ବିଧାୟକଙ୍କୁ ହୋଟେଲରୁ ଛାହଇ ଦେଇଥାନ୍ତା ତେବେ କାହା ସପକ୍ଷରେ ଭୋଟ୍ ଦେବାର ଅଛି ତାହା ସାଧାରଣ ଜନତା ହିଁ ତାଙ୍କୁ କହିଥାନ୍ତେ ବୋଲି ଅମିତ ଶାହ କହିଛନ୍ତି । ଏପରିକି କଂଗ୍ରେସ ବିଧାୟକଙ୍କୁ ଉତ୍ସବ ମନାଇବା ପାଇଁ ମଧ୍ୟ ସୁଯୋଗ ଦିଆଗଲା ନାହିଁ ।