ସଂସଦରେ ଉଠିଲା କୁଲଭୂଷଣ ପ୍ରସଙ୍ଗ !

25

କନକ ବ୍ୟୁରୋ : ସଂସଦରେ ଉଠିଲା କୁଲଭୂଷଣ ପ୍ରସଙ୍ଗ । ଭାରତୀୟ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଫାଶି ଦଣ୍ଡାଦେଶକୁ ନେଇ ଆଜି ଲୋକସଭାରେ ଦେଖା ଦେଇଛି ତୀବ୍ର ପ୍ରତିକ୍ରିୟା । ଯଦି କୁଲଭୂଷଣଙ୍କୁ ଫାଶି ଦିଆଯାଏ ତେବେ ଏହାକୁ ଯୋଜନାବଦ୍ଧ ହତ୍ୟା କୁହାଯିବ ବୋଲି କଂଗ୍ରେସ କହିଛି ।

ତାଙ୍କୁ ବଂଚାଇବାରେ ଅସମର୍ଥ ହେଲେ ଏହା ଭାରତ ସରକାରଙ୍କ ଦୁର୍ବଳତା ବୋଲି ଧରି ନିଆଯିବ ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । ତେବେ କଂଗ୍ରେସକୁ ପାଲଟା ଜବାବ ଦେଇଛି ବିଜେପି । କୁଲଭୂଷଣଙ୍କ ପ୍ରସଙ୍ଗରେ କଂଗ୍ରେସ ଶସ୍ତା ରାଜନୀତି କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର । ଏହି ପ୍ରସଙ୍ଗରେ ସମସ୍ତେ ଏକାଠି ହୋଇ କୁଲଭୂଷଣଙ୍କୁ ବଂଚାଇବାକୁ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି ।