ଫସଲ ବୀମା ଦାବି : କୁଚିଣ୍ଡାରେ ଲାଗତାର ଦ୍ୱିତୀୟ ଦିନ ଲାଗି ଧାନବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ,୨୦ କିଲୋମିଟର ଯାଏଁ ଧାଡିରେ ଛିଡା ହୋଇଛି ଶହ ଶହ ଗାଡି

154

କନକ ବ୍ୟୁରୋ : ଫସଲ ବୀମା ଦାବି କରି କୁଚିଣ୍ଡାର ଜମନକିରାରେ ଲଗାତାର  ଦ୍ୱିତୀୟ ଦିନ ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ଆସିନାହାନ୍ତି । ଫଳରେ ଜାତୀୟ ରାଜପଥର ଉଭୟ ପଟେ ଶହ ଶହ ଗାଡି  ମଟର ଠିଆ ହୋଇ ରହିଛି ।  ଦେବଗଡରୁ ସମ୍ବଲପୁର ଯାତାୟତ ଠପ୍ ହୋଇଯାଇଛି ।

 ୨୦୧୮ ମସିହା ଫସଲବୀମା କରିଥିବା  ଚାଷୀ କ୍ଷତିପୂରଣ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲେ ବି ଏ ଯାଏଁ  ବୀମା ରାଶି ପାଇନାହାନ୍ତି ।  ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।  ଜମନକିରା ବ୍ଲକର ଲେମ୍ପସ, ସମବାୟ ବ୍ୟାଙ୍କ, ତହସିଲ ଅଫିସ ଓ ବ୍ଲକ ଅଫିସରେ ତାଲା ପକାଇଦେଇଛନ୍ତି ।

ପୂର୍ବରୁ ଏହି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଗଣଧାରଣା, ମହାବନ୍ଦ, ରେଳରୋକ ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଚାଷୀଙ୍କ ଆନ୍ଦୋଳନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।