କନକ ବ୍ୟୁରୋ : ଫସଲ ବୀମା ଦାବି କରି କୁଚିଣ୍ଡାର ଜମନକିରାରେ ଲଗାତାର ଦ୍ୱିତୀୟ ଦିନ ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ଆସିନାହାନ୍ତି । ଫଳରେ ଜାତୀୟ ରାଜପଥର ଉଭୟ ପଟେ ଶହ ଶହ ଗାଡି ମଟର ଠିଆ ହୋଇ ରହିଛି । ଦେବଗଡରୁ ସମ୍ବଲପୁର ଯାତାୟତ ଠପ୍ ହୋଇଯାଇଛି ।
୨୦୧୮ ମସିହା ଫସଲବୀମା କରିଥିବା ଚାଷୀ କ୍ଷତିପୂରଣ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲେ ବି ଏ ଯାଏଁ ବୀମା ରାଶି ପାଇନାହାନ୍ତି । ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଜମନକିରା ବ୍ଲକର ଲେମ୍ପସ, ସମବାୟ ବ୍ୟାଙ୍କ, ତହସିଲ ଅଫିସ ଓ ବ୍ଲକ ଅଫିସରେ ତାଲା ପକାଇଦେଇଛନ୍ତି ।
ପୂର୍ବରୁ ଏହି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଗଣଧାରଣା, ମହାବନ୍ଦ, ରେଳରୋକ ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଚାଷୀଙ୍କ ଆନ୍ଦୋଳନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/CHASI-1.jpg)