ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନା ନେବାକୁ ମିଳିଲାନି ଆମ୍ବୁଲାନ୍ସ : ମାନବିକତା ଦେଖାଇ ନିଜ ମଟରସାଇକେଲରେ ଡାକ୍ତରଖାନା ନେଲେ ଷ୍ଟେସନ ମ୍ୟାନେଜର

673

କନକ ବ୍ୟୁରୋ : ବିଦେଶୀ ପର୍ଯ୍ୟଟକଙ୍କୁ ଡାକ୍ତରଖାନାକୁ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ । ନିଜ ମଟର ସାଇକେଲରେ ବସାଇ ଡାକ୍ତରଖାନାକୁ ନେଲେ ଷ୍ଟେସନ ମ୍ୟାନେଜର । କୋରାପୁଟ ରେଲବାଇ ଷ୍ଟେସନ ମ୍ୟାନେଜର ନରେନ୍ଦ୍ର କୁମାର ମାନବିକତା ଦେଖାଇ ନିଜ ମଟର ସାଇକେଲରେ ଜଣେ ବିଦେଶୀଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ନେଇଥିଲେ । ୧୦୮ ଆମ୍ବୁଲାନ୍ସ ବିଦେଶୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବାରଣ କରିବାରୁ ଷ୍ଟେସନ ମାଷ୍ଟର ନିଜେ ଡାକ୍ତରଖାନାକୁ ନେଇଥିବା ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗେ କୋରାପୁଟରେ ପହଞ୍ଚିିଥିଲେ ୭୦ ବର୍ଷିୟ ଫ୍ରାନସ ନାଗରିକ ଦେମୟ ଜାକୋ ଦିଦି । ପରେ ଜିଲ୍ଲା ପ୍ରଶାସନ ଓ ରେଲବାଇ କର୍ତ୍ତୃପକ୍ଷ ତାଙ୍କର ସବୁ ନଥିପତ୍ର ଯାଞ୍ଚ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋରାପୁଟ ମେଡିକାଲ ନେଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ କରୋନା ସଂକ୍ରମଣର ଲକ୍ଷଣ ନଥିବାରୁ ବିଶ୍ରାମ କରିବାକୁ କହିଥିଲେ । ବିଦେଶୀ ନାଗରିକ ଜଣଙ୍କ ଏବେ କୋରାପୁଟର ଏକ ହୋଟେଲରେ ଥିବା ଜଣାପଡିଛି ।