କୋରାପୁଟ ନାବାଳିକା ଦୁଷ୍କର୍ମ ଘଟଣା ! ପ୍ରଶାସନର ବୁଝାସୁଝା ପରେ ହଟିଲା ୩୩ ଘଂଟାର ରାସ୍ତାରୋକ, ଯାତାୟତ ସ୍ୱାଭାବିକ

21

କନକ ବ୍ୟୁରୋ : କୋରାପୁଟ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କୁନ୍ଦୁଲିଠାରେ ଚାଲିଥିବା ୩୩ ଘଂଟାର ରାସ୍ତାରୋକ ଗତକାଲି ରାତିରେ ପ୍ରତ୍ୟାହୃତ ହୋଇଛି । କ୍ରାଇମବ୍ରାଂଚ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକରୁ ହଟିଛନ୍ତି । ଫଳରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ଜୟପୁର-ବିଶାଖାପାଟଣା ମଧ୍ୟରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ନବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଗିରଫ ଦାବିରେ ଏହି ରାସ୍ତାରୋକ ଚାଲିଥିଲା । ଫଳରେ ଏନଏଚରେ ଶହ ଶହ ଗାଡି ଅଟଳିରହିଥିଲା । ଗତକାଲି ରାତିରେ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା ।