କନକ ବ୍ୟୁରୋ : ପୋଲିସ ଉପରକୁ ଚାଲିଲା ଗୁଳି । କୋରାପୁଟ ଜିଲ୍ଲା ଜୟପୁରର ଜନପୁଟ ନିକଟ ବ୍ରିଜରେ ପୋଲିସ ଉପରକୁ ହୋଇଛି ଗୁଳିମାଡ । ଏଥିରେ ମାଛକୁଣ୍ଡ ଥାନା ଏଏସଆଇ ପ୍ରଦୀପ ନାୟକ ଆହତ ହୋଇଛନ୍ତି । ଏଏସଆଇଙ୍କ ବେକରେ ଗୋଟିଏ ଗୁଳି ବାଜିଛି । ତାଙ୍କୁ କୋରାପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତିରେ ପାଟ୍ରୋଲିଂ ସମୟରେ ପୋଲିସ ଭ୍ୟାନ ଉପରକୁ ୪ ରାଉଣ୍ଡ ଗୁଳିମାଡ ହୋଇଛି । ମାଛକୁଣ୍ଡ ଥାନା ଆଇଆଇସିଙ୍କ ସମେତ ୫ ଜଣ ପାଟ୍ରୋଲିଂ ଭ୍ୟାନରେ ଥିଲେ ବୋଲି ଜଣାପଡିଛି । ୪ରୁ ୫ ଜଣ ମାଓବାଦୀ ଏହି ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି ।
କୋରାପୁଟରେ ପୋଲିସ ଉପରକୁ ଚାଲିଲା ଗୁଳି ! ମାଛକୁଣ୍ଡ ଥାନା ଏଏସଆଇ ପ୍ରଦୀପ ନାୟକ ଆହତ
/kanak/media/post_attachments/wp-content/uploads/2017/10/IMG-20171012-WA0030.jpg)