କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ : ଶିକ୍ଷକ ଆତ୍ମହତ୍ୟା ଘଟଣାରେ ଗିରଫ କଲା ପୁଲିସ, ସୁଇସାଇଡ ନୋଟରେ ଡିଇଓଙ୍କ ସମେତ ୭ ଜଣଙ୍କ ନାମ ଲେଖିଥିଲେ ଶିକ୍ଷକ

1,032

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ । ଡିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ କରିଛି କୋରାପୁଟ ପୁଲିସ । ଡିସେମ୍ବର ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ ଶିକ୍ଷକ ଚିତରଞ୍ଚନ ପଣ୍ଡା । ଘଟଣାସ୍ଥଳରୁ ଶିକ୍ଷକଙ୍କ ହାତଲେଖା ସୁଇସାଇଡ ନୋଟ ଜବତ କରିଥିଲା ପୁଲିସ ।

ସୁଇସାଇଡ ନୋଟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କ ସମେତ ୭ ଜଣଙ୍କ ନାମ ଲେଖା ରହିଥିଲା । ସେମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ମୃତ ଶିକ୍ଷକ ଚିତରଂଜନ । ଆଉ ତାଙ୍କ ମୃତ୍ୟୁ ପାଇଁ ୭ଜଣଙ୍କୁ ଦାୟୀ କରିଥିଲେ । ସେହି ସୁଇସାଇଡ ନୋଟ ଆଧାରରେ ପୁଲିସ ଆଜି ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି ।

Comments are closed.