ଅବହେଳାରୁ ବାଇକ ଦୁର୍ଘଟଣା । ଅକାଳରେ ଚାଲିଗଲା ୪ ନାବାଳକଙ୍କ ଜୀବନ । କୋରାପୁଟ ପାଡୁଆ ଥାନା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ । ସମସ୍ତଙ୍କ ବୟସ ୧୬ ବର୍ଷରୁ କମ ଥିବା ବେଳେ କାହା ପାଖରେ ନଥିଲା ଲାଇସେନ୍ସ କି ହେଲମେଟ . . .

Advertisment
ଅବହେଳାରୁ ବାଇକ ଦୁର୍ଘଟଣା । ଅକାଳରେ ଚାଲିଗଲା ୪ ନାବାଳକଙ୍କ ଜୀବନ । କୋରାପୁଟ ପାଡୁଆ ଥାନା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ । ସମସ୍ତଙ୍କ ବୟସ ୧୬ ବର୍ଷରୁ କମ ଥିବା ବେଳେ କାହା ପାଖରେ ନଥିଲା ଲାଇସେନ୍ସ କି ହେଲମେଟ . . .

କନକ ବ୍ୟୁରୋ : ବାଇକ ଦୁର୍ଘଟଣାରେ ଚାଲିଗଲା ୪ ନାବାଳକଙ୍କ ଜୀବନ । କୋରାପୁଟରୁ ଆସିଛି ଏଭଳି ଦୁଃଖଦ ଖବର । ପାଡୁଆ ଥାନା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ବାଇକ ଖସିପଡିଥିଲା ।ଫଳରେ ଘଟଣା ସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ସେମାନେ ଏକ ବାଇକରେ ପାଡୁଆ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଦୁର୍ଘଟଣାର ମୃତ ସମସ୍ତଙ୍କ ବୟସ ହେଉଛି ୧୬ ବର୍ଷରୁ କମ । ନା କାହା ପାଖରେ ଥିଲା ଲାଇସେନ୍ସ ନା କାହା ପାଖରେ ହେଲମେଟ । ଗୋଟେ ପଟେ ନାବାଳକ ହୋଇଥିବା ବେଳେ ବିନା ହେଲମେଟରେ ଗୋଟିଏ ଗାଡିରେ ବେପୁରଆ ଗାଡି ଚଳାଉଥିଲେ । ଯାହା ଫଳଳେ ଅକାଳରେ ୪ ଜଣ ଜୀବନ ଚାଲିଯାଇଛି ।

ମୃତକମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ପାଡ଼ୁଆ ଗାଁର ଗୋପାଳ କୃଷ୍ଣ ମହାନ୍ତିଙ୍କ ପୁଅ  ପଙ୍କଜ ମହାନ୍ତି (୧୪), ନରସିଂହ ଖରାଙ୍କ ପୁଅ ସୁଧାଂଶୁ ଖରା (୧୪), ମହେଶ୍ବର ଖିଲଙ୍କ ପୁଅ ଶଶିକାନ୍ତ ଖିଲ (୧୭) ଓ ସୋନୁ ହନ୍ତାଳଙ୍କ ପୁଅ କୃଷ୍ଣ ହନ୍ତାଳ (୧୪)। ଏମାନେ ସମସ୍ତେ ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଗୋଟିଏ ବାଇକ ( ଏପି-୩୧- ଟିଡବ୍ଲୁ ୯୨୭୨)ରେ  ବୁଲି ବାହରିଥିଲେ।

ସେମାନେ ସମସ୍ତେ ଏକ ବାଇକ୍‌ରେ ପାଡୁଆ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପାଡ଼ୁଆ ପୂର୍ତ୍ତ ବିଭାଗ ଛକ ନିକଟରେ ଏକ ବୁଲାଣିରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଏକ ଖାଲରେ ପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ  ପାଡ଼ୁଆ ଥାନା ପୁଲିସ୍ ଆଜି ସକାଳେ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଡ଼ୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe