କୋଣାର୍କ ହେବ ସୂର୍ଯ୍ୟନଗରୀ । ସୂର୍ଯ୍ୟମନ୍ଦିର ଓ ସହରକୁ କରାଯିବ ଶତପ୍ରତିଶତ ସୌରଚାଳିତ । ୧୦ ମେଗାୱାଟ ଗ୍ରୀଡର ସୌର ପ୍ରକଳ୍ପ ଯୋଜନା । ଲାଗିବ ସୋଲାର ବୃକ୍ଷ ଓ ପାନୀୟ ଜଳ କିଓସ୍କ

333

କନକ ବ୍ୟୁରୋ : କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସମ୍ପୁର୍ଣ୍ଣ ସୌର ଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିସ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଏହି ଯୋଜନା ପରିକଳ୍ପନା କରାଯାଇଛି । ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଏବଂ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ୱୟ ।

ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ଶକ୍ତି ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ଼ ସୌର ବୃକ୍ଷ ଓ ସୌର ପାନୀୟ ଓ ଜଳ କିଓସ୍କ ଇତ୍ୟଦି ପରିକଳ୍ପନା କରାଯାଇଛି । ଏଥିପାଇଁ କେନ୍ଦ୍ର ନୂତନ ଅକ୍ଷୟ ଶକ୍ତି ମନ୍ତ୍ରଳାୟ ୨୫ କୋଟି ଟଙ୍କା ଯୋଗାଇଦେଉଥିବା ବେଳେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୁରଣ ହୋଇପାରିବ ।