ଭୁଶୁଡ଼ି ପଡ଼ିବ କି ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିର ? ସାମାନ୍ୟ ଭୂମିକମ୍ପ ମଧ୍ୟ ଆଣିପାରେ ବିପଦ

Advertisment
ଭୁଶୁଡ଼ି ପଡ଼ିବ କି ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିର ? ସାମାନ୍ୟ ଭୂମିକମ୍ପ ମଧ୍ୟ ଆଣିପାରେ ବିପଦ

Image courtesy - odishatv.in

କନକ ବ୍ୟୁରୋ : ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ଅପସାରଣ କରାଯାଇ ସାଦା ପଥର ଲଗାଯିବା ଘଟଣାକୁ ନେଇ କେନ୍ଦ୍ର-ରାଜ୍ୟ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏ ସଂକ୍ରାନ୍ତରେ ଚାଞ୍ଚଲ୍ୟକର ତଥ୍ୟ ରଖିେଲଣି । କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡିଯାଇପାରେ । ରୁରକି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି ଲେଜର୍ ସ୍କାର୍ନିଂ କରିବା ପରେ ଏଭଳି ଆଶଙ୍କା ଦୃଢୀଭୂତ ହୋଇଛି । କେନ୍ଦ୍ର ସରକାରଙ୍କ ଏଏସ୍‌ଆଇ ପାଖରେ ଏହି ରିପୋର୍ଟ ରହିଛି ।

କୋଣାର୍କ ନେଇ ଗଠନ କରାଯାଇଥିବା ଷ୍ଟିଅରିଂ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି । ସେମାେନ ବି ଜାଣିଛନ୍ତି । ହେଲେ ଏହି ରିପୋର୍ଟକୁ ଚାପି ଦିଆଯାଇଛି । କେନ୍ଦ୍ର ସରକାର ବେଫିକର, ରାଜ୍ୟ ସରକାର ମଧ୍ୟ ଠୋସ୍ ପଦକ୍ଷେପ ନେବା ଲାଗି ଆଗ୍ରହ ଦେଖାଉନାହାନ୍ତି । ଶହ ଶହ ବର୍ଷ ଧରି ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ଆକର୍ଷଣୀୟ କୀର୍ତିରାଜିଭରା କୋଣାର୍କ ବିେରାଧରେ ଚାଲିଥିବା ଏହି ସାଂଘାତିକ ଷଡ଼୍‌ଯନ୍ତ୍ର ଏବେ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କଲାଣି । ଓଡ଼ିଶାର ଭାବାବେଗ ସହିତ ଖେଳ ଚାଲିଥିବା ବେଳେ ବିଧାନସଭାରେ ମଧ୍ୟ ଏ ନେଇ ପ୍ରଶ୍ନ ଉଠୁନଥିବା ଓଡ଼ିଶାବାସୀଙ୍କୁ ବିସ୍ମିତ କରୁଛି ।

publive-image

ଗବେଷକ ତଥା କଳିଙ୍ଗ ହେରିଟେଜ୍ ପ୍ରିଜରଭେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଅନୀଲ ଦେ କହିଛନ୍ତି, ୧୯୦୩ରେ ଜଗମୋହନ ସିଲ୍ କରି ବାଲି ଭରି ଦିଆଯିବା ଗୋଟିଏ ଭୁଲ ପଦକ୍ଷେପ ଥିଲା ବୋଲି ଏବେ ଜଣାପଡୁଛି । ୧୯୫୦ ମସିହାରେ ବସିଥିବା ବିଶ୍ବନାଥ ଦାସ କମିଟିଠାରୁ ଆରମ୍ଭ କରି ୨୦୧୦ରେ ହୋଇଥିବା ଆନ୍ତର୍ଜାତିକ କର୍ମଶାଳା ଯାଏ ପ୍ରାୟ ୧୫ଟି ବଡ଼ ବୈଠକ ବସିଛି । ପୂର୍ବରୁ ୟୁେନସ୍କୋ ପଠାଇଥିବା ବିେଶଷଜ୍ଞ ଫିଲଡେନ୍ ଓ ବେକମ୍ୟାନ ଜଣାଇ ସାରିଛନ୍ତି ଯେ ଭିତରେ ଗଢାଯାଇଥି ବା ୧୫ଫୁଟ ମୋଟ୍ କାନ୍ଥ ଓ ଭର୍ତି ହୋଇଥିବା ବାଲି କାହାରି ବି ପ୍ରୟୋଜନ ନାହିଁ । ଇଟାଲିରୁ ଆସିଥିବା ପ୍ରଫେସର ଗିଓରଗିଓ କ୍ରୋସି ମଧ୍ୟ କହିଛନ୍ତି ବାଲି କାଢି ସଂରକ୍ଷଣ ଆବଶ୍ୟକ । ୨୦୦୬ରେ ସିମଟେକ୍ ନାମକ ସଂସ୍ଥା ଦେଖିଥିଲେ, ବାଲି ଆହୁରି ୪ଫୁଟ ତଳକୁ ଖସି ଗଲାଣି ।

publive-image

ଏମିତି ସ୍ଥିତିରେ ୨୦୧୬ରେ ରୁରକି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠାନ ରିପୋର୍ଟ ଆହୁରି ଭୟ ବଢାଇ ଦେଇଛି । ଏହି ସଂସ୍ଥା କୋଣାର୍କ ଜଗମୋହନର ଥ୍ରି ଡି ଲେଜର ସ୍କାର୍ନିଂ କରିଥିଲା । ଏହି ରିପୋର୍ଟ କୁ ଯଦିଓ ସମସ୍ତେ ମାଡିବସିଛନ୍ତି, ତଥାପି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହା ସୂଚାଉଛି ଯେ ବର୍ତମାନ ଜଗମୋହନର ଭିତର ପାଖରେ ୬୦ ଫୁଟ ଯାଏ ଫାଟ ସୃଷ୍ଟି ହୋଇଗଲାଣି । ଭିତର ପାଖରେ ଅନେକ ପଥର ଖସି ଯାଇଛି। ଯେଉଁ ବିମ୍ ଲଗାଯାଇଥିଲା ତାହା ଇତିମଧ୍ୟରେ ଆହୁରି ୪ଫୁଟ ଖସିଯାଇଛି। ଅତଏବ ସାମାନ୍ୟ ଭୂମିକମ୍ପ ବି କୋଣାର୍କା ପାଇଁ ଘାତକ ହୋଇପାରେ। କେବଳ ସେତିକି ନୁହେଁ, ଆହୁରି ଏକ ଭୟ ହେଉଛି ବାଲିସ୍ତର ତଳକୁ ଖସିଯିବା ଫଳରେ କ୍ରମ ବର୍ଧିଷ୍ଣୁ ବାହ୍ୟ ଚାପ ବଢୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe