ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ ପଦ ମଧ୍ୟରେ ଅନ୍ତର କ’ଣ ? ଜାଣନ୍ତୁ କେଉଁ ଆଧାରରେ ସମସ୍ତ ଅଧିକାରୀଙ୍କୁ ଦିଆଯାଏ ଦରମା ?

84

ଆଇଏଏସ୍, ଆଇପିଏସ୍, ଆଇଇଏସ୍, ଆଇଏଫଏସ ଅଧିକାରୀ ହେବା ପାଇଁ ହେଉଥିବା ପ୍ରକ୍ରିୟା ବିଷୟରେ ସମସ୍ତେ ଅଳ୍ପ ବହୁତ ଅବଗତ ଥାଆନ୍ତି । ଆଉ ସେହି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ପ୍ରସ୍ତୁତି ମଧ୍ୟ କରନ୍ତିି । କିନ୍ତୁ ପ୍ରାୟ ଲୋକ ସେମାନଙ୍କ ପଦବୀକୁ ନେଇ ଭ୍ରମରେ ଥାଆନ୍ତି । ଆସନ୍ତୁ ଜାଣିବା ଏହି ଅଧିକାରୀଙ୍କ କାମ କ’ଣ ? କିଏ କେଉଁ ଆଧାରରେ କାମ କରେ ? ଆଇଏଏସ୍ ଓ ଆଇପିଏସଙ୍କୁ ଦିଆଯାଇଥାଏ ବିଶେଷ ଅଧିକାର । ସେମାନଙ୍କୁ ଲୋକେ ସେବା ଅଧିକାରୀଙ୍କ ରୂପରେ ଜାଣନ୍ତି । ବିଭିନ୍ନ ଅଧିକାରୀଙ୍କର ଥାଏ ଭିନ୍ନ ଭିନ୍ନ ଭୂମିକା । ଏବଂ ତାଙ୍କର ଦରମାରେ ମଧ୍ୟ ଖୁବ ଅନ୍ତର ଥାଏ । ସଂଘ ଲୋକସେବା ତରଫରୁ ଆୟୋଜିତ ହୋଇଥିବା ସିଭିଲ ସେବା ପରୀକ୍ଷା ପାସ କରିବା ପରେ ଚୟନ କରାଯାଏ ।

ଆଇଏଏସ୍ ( ଭାରତୀୟ ପ୍ରଶାସନିକ ସେବା ) – ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ ରାଙ୍କ ରଖୁଥିବା ଆଶାୟୀଙ୍କୁ ଆଇଏଏସ୍ ନିଯୁକ୍ତ କରାଯାଏ । ଆଇଏଏସ୍ ଅଧିକାରୀ ସଂସଦରେ ତିଆରି ହେଉଥିବା ନିୟୟକୁ ନିଜ ଅଂଚଳରେ ଲାଗୁ କରନ୍ତି । ଏହାସହ ନୂଆ ନିୟମ କାନୁନ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଆଇଏଏସ୍ ଅଧିକାରୀ କ୍ୟାବିନେଟ୍ ସେକ୍ରେଟାରୀ ଓ ଅଣ୍ଡର ସେକ୍ରେଟାରୀ ମଧ୍ୟ ହୋଇପାରନ୍ତି ।

ଆଇପିଏସ ( ଭାରତୀୟ ପୋଲିସ ସେବା ) – ଆଇପିଏସ୍ ଅଧିକାରୀ ନିଜ କାର୍ଯ୍ୟକ୍ଷେତ୍ରରେ ହିଁ ନିୟମ କାନୁନ ବ୍ୟବସ୍ଥା ତିଆରି କରିବାର କାମ କରନ୍ତି । ଆଇପିଏସ୍ ଏସପିଙ୍କ ଠାରୁ ଆରମ୍ଭ କରି ଆଇଜି, ଡେପୁଟି ଆଇଜି, ଡିଜିପିି ପର୍ଯ୍ୟନ୍ତ ହୁଅନ୍ତି । ଆଇପିଏସ୍ ହିଁ ଉଚିତ ରୂପରେ ନିୟମକୁ ଲାଗୁ କରିବାର କାମ କରନ୍ତି ।

ଆଇଇଏସ୍ ( ଭାରତୀୟ ଇଞ୍ଜିନିୟରିଂ ସେବା ) – ଏମାନେ ସରକାରଙ୍କ ଟେକ୍ନିକାଲ ପାର୍ଟକୁ ସମ୍ଭାଳନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ଅଧିକାରୀଙ୍କ ପାଇଁ କେବଳ ଗ୍ରାଜୁଏସନର ଅବାଶ୍ୟକତା ଥାଏ । କିନ୍ତୁ ଆଇଇଏସ୍ ଆଶାୟୀଙ୍କୁ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ କରିିବା ଜରୁରୀ । ଆଇଇଏସ୍ ଅଧିକାରୀ ଡିପାର୍ଟମେଂଟ ଅଫ୍ ସିଭିଲ ଇଞ୍ଚିନିୟରିଂ, ମେକାନିକାଲ ଇଞ୍ଜିନିୟରିଂରେ କାମ କରନ୍ତି ।

ଆଇଏଫଏସ୍ – ଆଇଏଫଏସ୍ ବିଦେଶୀ ମାମଲା ଉପରେ କାମ କରନ୍ତି ଏବଂ ବୈଦେଶିକ ମନ୍ତ୍ରାଳୟରେ ସେବା ପ୍ରଦାନ କରନ୍ତି । ଆଇଏଫଏସ୍ ଅଧିକାରୀ ୟୁପିଏସି କ୍ଲିୟର କରିବାର ୩ ବର୍ଷ ଟ୍ରେନିଂ ପକ୍ଷର ଆଇଏଫଏସ୍ ଅଧିକାରୀ ରୂନେ ନିଯୁକ୍ତ ହୁଅନ୍ତି । ଆଇଏଫଏସ୍ ଅଧିକାରୀ କୂଟନୈତିକ ଜଡ଼ିତ ମାମଲା ଉପରେ କାମ କରନ୍ତି । ଏହସହ ଦ୍ୱିପାକ୍ଷିକ ମାମଲାକୁ ସମ୍ଭାଳନ୍ତି ।

ଆଇଏଏସ୍ ଅଧିକାରୀଙ୍କ ଦରମା : ଆଇଏଏସ୍ ଅଧିକାରୀଙ୍କ ବେତନ ବିଭିନ୍ନ ସଂରଚନା ଆଧାରରେ ହୋଇଥାଏ । ଯେପରି ଜୁନିୟର ସ୍କେଲ, ସିନିୟର ସ୍କେଲ, ସୁପର ଟାଇମ ସ୍କେଲ ପାଇଁ ଭିନ୍ନ ଭିନ୍ନ ବେତନ ଦିଆଯାଏ । ଆଇଏଏସ୍ ଅଧିକାରୀ ମଧ୍ୟ ଏଚଆରଏର ହକଦାର ଅଟନ୍ତି । ଏହାସହ ତାଙ୍କୁ ଟିଏ, ଡିଏ ଆଦି ମଧ୍ୟ ମିଳେ ।

ଆଇପିଏସ୍ ଅଧିକାରୀଙ୍କ ଦରମା : ଆଇପିଏସ୍ ଅଧିକାରୀଙ୍କୁ ମଧ୍ୟ ପିଏଫ୍, ଗ୍ରାଚୁଟି, ହେଲଥ କେୟାର ସର୍ଭିସ, ଆଜୀବନ ପେନସନ, ସର୍ଭିସ କ୍ୱାଟର, ଘରୋଇ କର୍ମଚାରୀ, ସର୍ଭିସ କ୍ୱାଟର, ଆଉ ଅନେକ ସେବା ନିବୃତ୍ତି ସୁବିଧା ଦିଆଯାଆନ୍ତି । ଏଥରେ ଆଇଜି, ଡିଆଇଜି, ଏଡ଼ିଜି, ଏସପିଙ୍କ ଆଧାରରେ ଦରମା ଦିଆଯାଏ ।